ନୂଆଦିଲ୍ଲୀ: ଜୁନ୍ ୨୬ରୁ ଆୟର୍ଲାଣ୍ଡ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟି-୨୦ ଆନ୍ତର୍ଜାତୀୟ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି। ବିସିସିଆଇ ଏକ ୧୭ ଜଣିଆ ଦଳ ଘୋଷଣା କରିଛି। ଭାରତୀୟ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମା, ଉପ-ଅଧିନାୟକ କେ.ଏଲ୍ ରାହୁଲ ଏବଂ ଷ୍ଟାଣ୍ଡ-ଇନ୍ ଅଧିନାୟକ ଋଷଭ ପନ୍ତଙ୍କ ଅନୁପସ୍ଥିତିରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ଅଧିନାୟକ ଦାୟିତ୍ବ ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକ ହେବା ସହ ଭୁବନେଶ୍ୱର କୁମାର ଉପ-ଅଧିନାୟକ ହେବେ। ଏହା ସହ ଟିମରେ ରହିବେ ଇଶାନ କିଶନ, ଋତୁରାଜ ଗାଏକ୍ବାଡ, ସଞ୍ଜୁ ସାମସନ, ସୂର୍ଯ୍ୟକୁମାର ଯାଦବ, ଭେଙ୍କଟେଶ ଆୟର, ଦୀପକ ହୁଡ୍ଣା, ରାହୁଲ ତ୍ରିପାଠୀ, ଦୀନେଶ କାର୍ତ୍ତିକ(ୱିକେଟ କିପର), ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ରବି ବିଷ୍ଣୋଇ, ହର୍ଷଲ ପଟେଲ, ଅବେଶ ଖାନ, ଅର୍ଶଦୀପ ସିଂ ଏବଂ ଉମ୍ରାନ ମଲିକ।
ତେବେ ଭୁବନେଶ୍ୱର କୁମାର ଏବଂ ଦୀନେଶ କାର୍ତ୍ତିକ ବରିଷ୍ଠ ଖେଳାଳି ହୋଇଥିଲେ ବି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରାଯାଇଛି। କାରଣ ଦକ୍ଷିଣ ଆଫ୍ରିକା ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ସେ ଟିମ୍ ଇଣ୍ଡିଆର ଉପ-ଅଧିନାୟକ ହୋଇଥିବା ସହ ତାଙ୍କ ଅଧିନାୟକତ୍ୱରେ ଗୁଜୁରାଟ ଟାଇଟାନ୍ସ ଆଇପିଏଲ୍ ଜିତିସାରିଛି। ତାଙ୍କ ପ୍ରଦର୍ଶନକୁ ଦେଖି ଏବେ ତାଙ୍କୁ ଏହି ବଡ଼ ଦାୟିତ୍ବ ଦିଆଯାଇଛି।