ନୂଆଦିଲ୍ଳୀ: ଭାରତୀୟ କ୍ରିକେଟ୍ ଦଳର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ପତ୍ନୀ ନତାସା ଷ୍ଟାନକୋଭିକ୍ ଏକ ମିଳିତ ବିବୃତିରେ ପରସ୍ପରଠାରୁ ଅଲଗା ହେବା କଥା ଘୋଷଣା କରିଛନ୍ତି।
ଗତ କିଛି ମାସ ଧରି ପ୍ରଚାରିତ ହୋଇଥିଲା ଯେ ସେଲିବ୍ରିଟି ଦମ୍ପତି ଅଲଗା ହେବାକୁ ଯାଉଛନ୍ତି। ଚର୍ଚ୍ଚା ହେବାର କିଛି ଦିନ ପରେ ଦମ୍ପତି ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। ୨୦୨୪ ଟି -୨୦ ବିଶ୍ୱକପ ଜିତିବାରେ ଭାରତରେ ହାର୍ଦ୍ଦିକ ପାଣ୍ଡ୍ୟା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଅନ୍ୟପକ୍ଷରେ, ସର୍ବିଆର ନାତାସା ଚଳଚ୍ଚିତ୍ରରେ କାମ କରିସାରିଛନ୍ତି।
ନିକଟରେ ପରସ୍ପରଠାରୁ ଅଲଗା ହେବା ପରେ ନତାଶା ତାଙ୍କ ପୁଅକୁ ନେଇ ସର୍ବିଆ ପଳାଇ ଯାଇଛନ୍ତି। ନତାଶା ଓ ତାଙ୍କ ପୁଅ ଇନ୍ଷ୍ଟାରେ ପୋଷ୍ଟ୍ କରିଥିବା ଫଟୋରେ ‘ଲଭ’ ଇମୋଜି ଦେଇଛନ୍ତି ହାର୍ଦ୍ଦିକ। ହାର୍ଦ୍ଦିକଙ୍କ ଏହି କମେଣ୍ଟ୍ ସୋସିଆଲ୍ ମିଡିଆ ବ୍ୟବହାରକାରୀଙ୍କୁ ଖୁବ୍ ପସନ୍ଦ ଆସିଛି। ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସମ୍ମାନ।
ହାର୍ଦ୍ଦିକ-ନତାଶା ୨୦୨୦ ମସିହା ଜାନୁଆରିରେ ବିବାହ କରିଥିଲେ। ସେମାନଙ୍କର ଚାରି ବର୍ଷର ପୁଅ ଅଗସ୍ତ୍ୟ ଅଛି। ନିକଟରେ ନତାସା ଦମ୍ପତିଙ୍କ ପୁଅ ଅଗସ୍ତ୍ୟଙ୍କ ସହିତ ସର୍ବିଆକୁ ଚାଲି ଯାଇଥିବା ବେଳେ ଉଭୟ ବାପାମାଆ ତା’ର ଯୁଗ୍ମ ଅଭିଭାବକ ରହିଛନ୍ତି।
ପାଣ୍ଡ୍ୟାଙ୍କ ସହ ଅଲଗା ହେବା ଘୋଷଣା କରିବା ପରେ ନତାସା ଅନଲାଇନ୍ ଟ୍ରୋଲର ଶିକାର ହୋଇ ଆସୁଛନ୍ତି। ଜୁଲାଇ ୧୯ ତାରିଖରେ ଏକ ମିଳିତ ଇନଷ୍ଟାଗ୍ରାମ ପୋଷ୍ଟରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାସା ଷ୍ଟାନକୋଭିକ୍ ଲେଖିଛନ୍ତି: "୪ ବର୍ଷ ଏକାଠି ରହିବା ପରେ, ନାତାସା ଏବଂ ମୁଁ ପରସ୍ପରଠାରୁ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଛୁ। ଏହି ଆମ ଦୁହିଁଙ୍କ ପାଇଁ ଉତ୍ତମ ସ୍ୱାର୍ଥ, ଆନନ୍ଦ, ପାରସ୍ପରିକ ସମ୍ମାନକୁ ଦୃଷ୍ଟିରେ ରଖି ନେଇଛୁ।’’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/b94d219a-3e20-4d7c-8479-30cc6f6e2f0b.jpg)