ମୁମ୍ବାଇ : ମଙ୍ଗଳବାରଦିନ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି-୨୦ ବେଶ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଯାଇଥିଲା । ମ୍ୟାଚ ଜିତିବା ଲାଗି ଶ୍ରୀଲଙ୍କା ଅପେକ୍ଷାକୃତ ସୁବିଧାଜନକ ସ୍ଥିତିରେ ଥାଇ ବି ହାରିଯାଇଥିଲା । ମାତ୍ର ୨ ରନରେ ବିଜୟୀ ହୋଇଥିଲା ଭାରତ ।

Advertisment

ଶେଷ ଓଭରରେ ଜିତିବାକୁ ଶ୍ରୀଲଙ୍କା ୧୩ ରନ ଆବଶ୍ୟକ କରୁଥିଲା  ବେଳେ ଆଶା କରାଯାଉଥିଲା ଯେ ଅଧିନାୟକ ହାର୍ଦ୍ଦିକ ପଟେଲ ନିଜେ ବୋଲିଂ କରିବେ କିମ୍ବା କୌଣସି ଦ୍ରୁତ ବୋଲରଙ୍କୁ ବୋଲିଂ କରିବାକୁ ଡାକିବେ । କିନ୍ତୁ ସେ ସ୍ପିନର ଅକ୍ଷର ପଟେଲଙ୍କୁ ବୋଲିଂ କରିବାକୁ ଡାକିଥିଲେ । ହାର୍ଦ୍ଦିକଙ୍କ ଏହି ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । କାରଣ ସ୍ପିନ ବଲକୁ କରୁଣାରତ୍ନେ ଛକା ମାରିଦେବାର ଆଶଙ୍କା ଥିଲା । ଓଭରର ୩ୟ ବଲରେ ଏକ ଛକା ମାରି ଏହି ଭୟକୁ ବଢାଇ ଦେଇଥିଲେ କରୁଣାରତ୍ନେ । କିନ୍ତୁ ପରବର୍ତ୍ତୀ ୩ଟି ବଲ ଚମତ୍କାରଭାବେ ବୋଲିଂ କରି ଭାରତକୁ ଜିତାଇ ଦେଇଥିଲେ ଅକ୍ଷର ଓ ହାର୍ଦ୍ଦିକଙ୍କ ଏହି ରିସ୍କ କାମ ଦେଇଥିଲା ।

ମ୍ୟାଚ ପରେ ଏ ସଂପର୍କରେ ପଚରା ଯିବାରୁ ହାର୍ଦ୍ଦିକ ତାହାର ଏକ ଚମତ୍କାର ଉତ୍ତର ଦେଇଥିଲେ । ସେ କହିଥିଲେ, ଏହି ପରିସ୍ଥିତିରେ ଆମେ ହାରିଗଲେ ବି କିଛି ଦୁଃଖ ନଥାନ୍ତା । ମୁଁ ଟିମକୁ କଠିନ ପରିସ୍ଥିତିରେ ପକାଇବାକୁ ଚାହୁଁଥିଲି । ଏପରି ପରିସ୍ଥିତିରେ ପଡ଼ିଲେ ହିଁ ବଡ଼ ମ୍ୟାଚରେ ଜିତିବା ଶିଖିପାରିବା । ଶିଖିବାପାଇଁ ଦ୍ବିପାକ୍ଷିକ ମ୍ୟାଚଗୁଡ଼ିକ ବେଶ ଉପଯୋଗୀ ବୋଲି ସେ କହିଛନ୍ତି ।