ଚେନ୍ନାଇ: ମୁମ୍ବାଇ ଇଣ୍ଡିଆନ୍ସର କୋଲ୍କାତା ନାଇଟ୍ ରାଇଡର୍ସ ବିପକ୍ଷ ବିଜୟର ଅନ୍ୟତମ ନାୟକ ଥିଲେ ବିସ୍ଫୋରକ ବ୍ୟାଟର୍ ସୂର୍ଯ୍ୟକୁମାର ଯାଦବ। ତାଙ୍କ ୭ ଚୌକା ଓ ୨ ଛକା ବିଶିଷ୍ଟ ୩୬ ବଲ୍ରୁ ୫୬ ରନ୍ ପାଳି ବଳରେ ପାଞ୍ଚ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ କଷ୍ଟେମଷ୍ଟେ ଦେଢ଼ ଶହ ରନ୍ ଟପିଥିଲା। ତେବେ ତାଙ୍କର ଗୋଟିଏ ସଟ୍ ହିଁ ପ୍ରତିପକ୍ଷ ଖେଳାଳିଙ୍କ ସହ ସାଥୀ ତାରକା ହାର୍ଦିକ ପାଣ୍ଡ୍ୟାଙ୍କୁ ଚକିତ କରିଥିଲା। ସୂର୍ଯ୍ୟକୁମାର ମଙ୍ଗଳବାର ଏକ ବିଶାଳ ଛକା ବଳରେ ୩୩ ବଲ୍ରୁ ଦ୍ବାଦଶ ଆଇପିଏଲ୍ ଅର୍ଦ୍ଧଶତକ ପୂରଣ କରିଥିଲେ। ତେବେ ଏହି ଛକାଟିକୁ ସେ ଚେନ୍ନାଇ ସୁପରକିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଅତି ପସନ୍ଦ ‘ହେଲିକପ୍ଟର’ ସଟ୍ରୁ ଅମଳ କରିଥିଲେ। ଛକାଟି ଏତେ ବିଶାଳ ଥିଲା ଯେ ଏମଏ ଚିଦାମ୍ବରମ୍ ଷ୍ଟାଡିୟମ୍ ବାହାରେ ଯାଇ ପଡ଼ିଥିଲା। ଛକାଟିର ଦୂରତା ୯୯ ମିଟର ଥିଲା। ଗତଋତୁରେ ମଧ୍ୟ ସୂର୍ଯ୍ୟକୁମାର ଚମତ୍କାର ପ୍ରଦର୍ଶନ କରିଥିଲେ। ୧୪୫ ଷ୍ଟ୍ରାଇକ୍ ରେଟ୍ ସହ ୪ ଅର୍ଦ୍ଧଶତକ ବଳରେ ୪୮୦ ରନ୍ କରି ଜାତୀୟ ଚୟନକର୍ତ୍ତାଙ୍କ ଧ୍ୟାନ ଆକର୍ଷଣ କରିଥିଲେ ସେ।
ହାର୍ଦିକଙ୍କୁ ଚକିତ କଲା ସୂର୍ଯ୍ୟଙ୍କ ହେଲିକପ୍ଟର ଛକା, ସୂର୍ଯ୍ୟଙ୍କ ସମ୍ଭାବ୍ୟ ମାଇଲଖୁଣ୍ଟ
ଟ୍ବେଣ୍ଟି-୨୦ରେ ୪୦୦ ଚୌକାଠାରୁ ୧୮ ଦୂରରେ, ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ୨୦୦ ଚୌକାରୁ ୨୮ ଦୂରରେ
/sambad/media/post_attachments/wp-content/uploads/2021/04/5644gj56dg4j56d4g56jdgjdgjdgjdgjdg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)