ଅମ୍ପାୟାରଙ୍କୁ ଦୋଷ ଦେଲେ, ହରେନ୍ଦ୍ର ସିଂହ

ଭୁବନେଶ୍ବର: ଗୁରୁବାରର ପରାଜୟ ପରେ ଭାରତୀୟ ଦଳର ପ୍ରଶିକ୍ଷକ ହରେନ୍ଦ୍ର ସିଂହ ଏବଂ ଅଧିନାୟକ ମନପ୍ରୀତ୍ ସିଂହ ଦଳର ଦୁର୍ବଳତାକୁ ସ୍ବୀକାର କରିବା ପରିବର୍ତେ ଅମ୍ପାୟାରଙ୍କୁ ଉପରେ ଦୋଷ ଲଦିଛନ୍ତି। ପ୍ରତିପକ୍ଷ ଖେଳାଳିଙ୍କୁ ଶାରୀରିକ ଆଘାତ ଦେଇଥିବାରୁ ଅମିତ ରୋହିଦାସଙ୍କୁ ହଳଦିଆ କାର୍ଡ ଦିଆଯାଇଥିଲେ ମଧ୍ୟ ବଳୟ ଭିତରେ ମନପ୍ରୀତଙ୍କୁ ସମାନ ଭୁଲ୍‌ ପାଇଁ ଜଣେ ନେଦରଲାଣ୍ଡ୍ ଖେଳାଳିଙ୍କୁ ଦଣ୍ଡିତ କରାଯାଇନଥିଲା ବୋଲି ଏକମାତ୍ର ଉଦାହରଣ ରଖିଥିଲେ ହରେନ୍ଦ୍ର। ଆମେ ଭଲ ଖେଳିଥିଲୁ, ମିଳିଥିବା ସୁଯୋଗର ସଦ୍‌ ବ୍ୟବହାର କରି ନପାରିବା ଏବଂ ଅମ୍ପାୟାରଙ୍କ ନିଷ୍ପତ୍ତି ଆମ ବିପକ୍ଷରେ ଯାଇ ନ ଥିଲେ ଫଳାଫଳ ଭିନ୍ନ ହୋଇପାରିଥାନ୍ତା ବୋଲି କହିଥ‌ିଲେ ଅଧିନାୟକ ମନପ୍ରୀତ୍ ସିଂହ।

ସମ୍ବନ୍ଧିତ ଖବର