ଭୁବନେଶ୍ବର: ଚଳିତ ବିଶ୍ବକପ୍ରେ ଅମ୍ପାୟାରିଂ ସ୍ତରକୁ ନେଇ କୌଣସି ମତ ରଖିବାକୁ ଚାହିଁନଥିଲା ଅନ୍ତର୍ଜାତୀୟ ହକି ସଂଘ (ଏଫ୍ଆଇଏଚ୍)। କିନ୍ତୁ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ ଉଠିବାରୁ ଉତ୍ତର ରଖିବାକୁ ବାଧ୍ୟ ହୋଇଥିଲେ ମୁଖ୍ୟ କାର୍ଯ୍ୟନିର୍ବାହୀ ଥିଏରି ୱିଲ୍। ବିଶେଷ କରି ନେଦରଲାଣ୍ଡ୍ ବିପକ୍ଷ କ୍ବାର୍ଟର ଫାଇନାଲ୍ରେ ଅମ୍ପାୟାରଙ୍କ ତ୍ରୁଟି ପାଇଁ ଭାରତର ଅମିତ ରୋହିଦାସ ହଳଦିଆ କାର୍ଡରେ ଦଣ୍ଡିତ ହେବାକୁ ଦଳର ପ୍ରଶିକ୍ଷକ ହରେନ୍ଦ୍ର ସିଂହ ଦୃଢ଼ ସ୍ବରରେ ବିରୋଧ କରିଥିଲେ। ଥିଏରି କହିଥିଲେ, ‘ଆମେ ମ୍ୟାଚ୍ର ସେହି ମୁହୂର୍ତକୁ ରିଭ୍ୟୁ କରିବୁ ନାହିଁ, ବରଂ ପ୍ରଶିକ୍ଷକ (ହରେନ୍ଦ୍ର)ଙ୍କ ଗଣମାଧ୍ୟମ ବିବୃତ୍ତିକୁ ତନଖି ଦେଖିବୁ। ପ୍ରତିଟି ମ୍ୟାଚ୍ରେ ବିଜୟ ଓ ପରାଜୟ ଥାଏ। ଅମ୍ପାୟାରିଂଙ୍କୁ କିଛି ସେକଣ୍ଡ୍ ମଧ୍ୟରେ ନିଷ୍ପତ୍ତି ନେବାକୁ ପଡ଼ିଥାଏ। ବିଜୟ ଉତ୍ସବ ପାଳିବା ବେଳେ ପରାଜିତ ଦଳ ଅଭିଯୋଗ କରିବା ସ୍ବଭାବିକ କଥା। ଆମକୁ କିନ୍ତୁ ସ୍ବଚ୍ଛ ଖେଳକୁ ସମର୍ଥନ ଓ ଫଳାଫଳକୁ ଗ୍ରହଣ କରିବାର ଅଛି। ପରବର୍ତୀ ସମୟରେ ଭଲ ଖେଳିବାକୁ ପ୍ରେରଣା ସାଉଁଟିବା କଥା। ଅମ୍ପାୟରଙ୍କୁ ଦୋଷାରୋପ କରିବା ଭୁଲ୍ କଥା। ଅଭିଯୋଗ କୌଣସି ପରସ୍ଥିତିରେ ଗ୍ରହଣୀୟ ନୁହେଁ ବୋଲି ବୋଲି ଥିଏରି ରୋକଠୋକ୍ କହିଛନ୍ତି। ଖେଳର ନୀତି ନିୟମ ହିଁ ‘ହକିର ସୌନ୍ଦର୍ଯ୍ୟ’ ବୋଲି କହିଥିଲେ ଥିଏରି। ‘ଅମ୍ପାୟାରିଂ କାର୍ଯ୍ୟ ସବୁଠୁ କଷ୍ଟକର ଏବଂ ଧନ୍ୟବାଦ ବିହୀନ’ ବୋଲି ମତ ଦେଇଥିଲେ ଏଫ୍ଆଇଏଚ୍ ସଭାପତି ନରେନ୍ଦ୍ର ବାତ୍ରା। ଅନ୍ୟର ଭୁଲ କାଢ଼ିବା ଏକ ସହଜ କାମ ବୋଲି ମଧ୍ୟ ସେ କହିଥିଲେ। ଡିସେମ୍ବର ୧୭ ତାରିଖରେ ଆମେ ଦିଲ୍ଲୀରେ ଏ ସମ୍ପର୍କରେ ନିଷ୍ପତ୍ତି ନେବାର ସମ୍ଭାବନା ରହିଛି ବୋଲି ବାତ୍ରା ସୂଚନା ଦେଇଥିଲେ। ଏଫ୍ଆଇଏଚ୍ର ଏହି ଦୁଇ ମୁଖିଆଙ୍କ ମନ୍ତବ୍ୟରୁ ସ୍ପଷ୍ଟ ଆଭାସ ମିଳୁଛି ଅମ୍ପାୟାରିଂ ସ୍ତର ପରଖିବା ପରିବର୍ତେ ହରେନ୍ଦ୍ରଙ୍କ ବିପକ୍ଷରେ କିଛି କାର୍ଯ୍ୟାନୁଷ୍ଠାନ ଲାଗି ପ୍ରସ୍ତୁତି ଚାଲିଛି।
ଅଡୁଆରେ ପଡ଼ିପାରନ୍ତି ହରେନ୍ଦ୍ର
ଅମ୍ପାୟାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କ୍ଷୀଣ
/sambad/media/post_attachments/wp-content/uploads/2018/12/images-37.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)