ପଥୁରିପଡ଼ା ହରିଶ୍ଚନ୍ଦ୍ର କ୍ରିକେଟ୍‌

ବୈଦେଶ୍ୱର ୪ ଓ୍ଵିକେଟ୍‌ରେ ବିଜୟୀ

ଭୁବନେଶ୍ୱର: ବାଙ୍କୀ ନିକଟସ୍ଥ ପଥୁରିପଡ଼ାର ମହାବେରଣା କ୍ଲବ୍‌ ଆନୁକୂଲ୍ୟରେ ଚାଲିଥିବା ୩୦ତମ ରାଜ୍ୟସ୍ତରୀୟ ହରିଶ୍ଚନ୍ଦ୍ର ମିଶ୍ର କ୍ରିକେଟ୍‌ ପ୍ରତିଯୋଗିତାରେ ଗୁରୁବାର କାଇପଦରର ସତ୍ୟପ୍ରିୟ ସ୍ପୋର୍ଟିଂକୁ ବୈଦେଶ୍ୱରର ଦିଶା ୪ ଓ୍ଵିକେଟ୍‌ରେ ପରାସ୍ତ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା କାଇପଦର ଦଳ ୨୦ ଓଭରରେ ୮ ଓ୍ଵିକେଟ୍‌ ହରାଇ ୧୪୪ ରନ୍‌ କରିଥିଲା। ପ୍ରମୋଦ ସିଂହ ୩୧, ମୁନେନ୍ଦ୍ର ଚମ୍ପତି ୨୫ ରନ୍‌ କରିଥିଲେ। ପ୍ରତିପକ୍ଷର ମାନସ ନାଏକ ୨ ଓ୍ଵିକେଟ୍‌ ନେଇଥିଲେ। ପ୍ରତ୍ୟୁତ୍ତରରେ ବୈଦେଶ୍ୱର ଦଳ ୧୮.୫ ଓଭରରେ ୬ ଓ୍ଵିକେଟ୍‌ ହରାଇ ୧୪୫ ରନ୍‌ ସଂଗ୍ରହ କରି ନେଇଥିଲା। ଅବକାଶ ରାଉତ ୩୬, ସନାତନ ଖଟୁଆ ୨୪ ରନ୍‌ କରିଥିଲେ। ମୁନେନ୍ଦ୍ର ଚମ୍ପତି ଓ ଆଶିଷ ଚମ୍ପତି ୨ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ମୁଖ୍ୟ ଅତିଥି ଶରତ ଚନ୍ଦ୍ର ରାଉତ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଅବକାଶ ରାଉତଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ। ଶରତ ରାଉତ ଓ ପ୍ରକାଶ ବେହେରା ମ୍ୟାଚ୍‌ ପରିଚାଳନା କରିଥିଲେ। ଶୁକ୍ରବାର ଦିଶା ବୈଦେଶ୍ୱର ସହିତ ଖୋର୍ଧା କଳିଙ୍ଗ କ୍ଲବ୍‌ର ମୁକାବିଲା ହେବ।

ସମ୍ବନ୍ଧିତ ଖବର