ଚେନ୍ନାଇ: ଭାରତର ୮୭ତମ ଗ୍ରାଣ୍ଡମାଷ୍ଟର୍ ଟାଇଟଲ୍ ଅର୍ଜନ କରିଛନ୍ତି ୨୪ ବର୍ଷୀୟ ତାଲିମନାଡ଼ୁ ଖେଳାଳି ହରିକ୍ରିଷ୍ଣନ୍ ଏ’ ରା। ଫ୍ରାନ୍ସରେ ଅନୁଷ୍ଠିତ ଲା’ ପ୍ରାଗ୍ନ ଅନ୍ତର୍ଜାତୀୟ ଚେସ୍ ଫେଷ୍ଟିଭାଲ୍ରେ ନିଜ ତୃତୀୟ ତଥା ଅନ୍ତିମ ଜିଏମ୍ ନର୍ମ ଅର୍ଜନ କରିବା ସହ ଗ୍ରାଣ୍ଡମାଷ୍ଟର୍ ଟାଇଟଲ୍ ଔପଚାରିକତା ପୂର୍ଣ୍ଣ କରିଛନ୍ତି। କିଛି ବର୍ଷ ତଳେ ସେ ନିଜ ପ୍ରଥମ ଜିଏମ୍ ନର୍ମ ପାଇଥିବାବେଳେ ଦ୍ବିତୀୟଟି ସ୍ପେନ୍ର ଆଣ୍ଡୁଜାର ଓପନ୍ରେ ଅର୍ଜନ କରିଥିଲେ।
୨୦୨୨ରେ ଚେନ୍ନାଇର ଚେସ୍ ଥୁଲିରରେ ଥିବା ଏକାଡେମୀରେ ଯୋଗ ଦେଇ ଗ୍ରାଣ୍ଡମାଷ୍ଟର୍ ଶ୍ୟାମ ସୁନ୍ଦର ମୋହନରାଜଙ୍କଠାରୁ ପ୍ରଶିକ୍ଷଣ ନେଇ ଦ୍ରୁତ ଅଗ୍ରଗତି କରିଥିଲେ। ୟୁରୋପ ଗସ୍ତରେ କ୍ରମାଗତ ୧୦ଟି ଟୁର୍ଣ୍ଣାମେଣ୍ଟ୍ ଖେଳିଥିବା ହରିକ୍ରିଷ୍ଣନ୍ ସେଠାକୁ ଯିବା ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ ଗ୍ରାଣ୍ଡ୍ମାଷ୍ଟର୍ ହେଲେ ହିଁ ସ୍ବଦେଶ ଫେରିବି। ଏହା କହିଛନ୍ତି ତାଙ୍କ ପ୍ରଶିକ୍ଷକ ମୋହନରାଜ। ହରିକ୍ରିଷ୍ଣନଙ୍କ ମା’ ଜଣେ ଚେସ୍ ଆର୍ବିଟର ହୋଇଥିବାରୁ ସେ ତାଙ୍କଠାରୁ ପ୍ରେରଣା ପାଇଥିବା ବିଶ୍ବାସ କରାଯାଉଛି।