ହରିଶ୍ଚନ୍ଦ୍ର ମିଶ୍ର କ୍ରିକେଟ୍‌ ସେମିରେ ଯାଆଁଳା

ଭୁବନେଶ୍ୱର ବାଙ୍କୀ ନିକଟସ୍ଥ ପଥୁରିପଡ଼ାର ମହାବେରଣା କ୍ଲବ୍‌ ଆନୁକୂଲ୍ୟରେ ଚାଲିଥିବା ୩୦ତମ ରାଜ୍ୟସ୍ତରୀୟ ହରିଶ୍ଚନ୍ଦ୍ର ମିଶ୍ର କ୍ରିକେଟ୍‌ ପ୍ରତିଯୋଗିତାରେ ସୋମବାର ବାଙ୍କୀ ଆଥ୍‌ଲେଟିକ୍‌ ଆସୋସିଏସନକୁ ହରାଇ ଯାଆଁଳା ସେମିଫାଇନାଲ୍‌ରେ ପ୍ରବେଶ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବାଙ୍କୀ ଦଳ ନିର୍ଧାରିତ ୧୯ ଓଭରରେ ୫ ଓ୍ଵିକେଟ୍‌ରେ ୧୮୧ ରନ୍‌ କରିଥିଲା। କେଶବ ମଙ୍ଗୁଆଳ ୮୫ ଏବଂ ଆଲୋକ ବେହେରା ୩୦ ରନ୍‌ କରିଥିଲେ। ଯାଆଁଳା ପକ୍ଷରୁ ପ୍ରିୟବ୍ରତ ମି୍ୟା ୨୦ ରନ୍‌ରେ ୨ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ଯାଆଁଳା ୧୭.୪ ଓଭରରେ ୮ ଓ୍ଵିକେଟ୍‌ ହରାଇ ୧୮୫ ରନ୍‌ ସଂଗ୍ରହ କରି ନେଇଥିଲା। ଅଭିଷେକ ପଟ୍ଟନାୟକ ୯୬ ରନ୍‌ ଏବଂ ପ୍ରି୍ରୟବ୍ରତ ମିଶ୍ର ୨୭ ରନ୍‌ କରିଥିଲେ। ବାଙ୍କୀ ପକ୍ଷରୁ ଅସୀମାନନ୍ଦ ଦଳ ବେହେରା ଓ ଆଲୋକ ବେହେରା ୨ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ମହାବେରଣା ବିଦ୍ୟାପୀଠର କ୍ରୀଡ଼ା ଶିକ୍ଷକ ଦିଲୀପ କୁମାର ବେହେରା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଅଭିଷେକଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଭଗବାନ ପ୍ରଧାନ ଓ ଶରତ ରାଉତ ମ୍ୟାଚ୍‌ ପରିଚାଳନା କରିଥିଲେ। ସନ୍ତୋଷ ବେହେରା (ବୈଦ୍ୟଶ୍ୱର) ଏବଂ ହରିଶ୍ଚନ୍ଦ୍ର ତ୍ରିପାଠୀ ଭାଷ୍ୟକାର ଏବଂ ବ୍ରଜେଶ ପ୍ରଧାନ ସ୍କୋରର୍‌ ଦାୟିତ୍ୱ ତୁଲାଇଥିଲେ।

ସମ୍ବନ୍ଧିତ ଖବର