ହରିଶ୍ଚନ୍ଦ୍ର କ୍ରିକେଟ୍‌ ସେମିରେ କଳିଙ୍ଗ ଟାଇଗର

ଭୁବନେଶ୍ବର: ବାଙ୍କୀ ପଥୁରୀପଡ଼ାରେ ଆୟୋଜିତ ହରିଶ୍ଚନ୍ଦ୍ର ମିଶ୍ର କ୍ରିକେଟ୍‌ ପ୍ରତିଯୋଗିତାର ସେମିଫାଇନାଲ୍‌ରେ ଦ୍ବିତୀୟ ଦଳ ଭାବେ ଖୋର୍ଧାର କଳିଙ୍ଗ ଟାଇଗର ପ୍ରବେଶ କରିଛି। ମଙ୍ଗଳବାର କ୍ବାର୍ଟର୍‌ ଫାଇନାଲ୍‌ରେ ଖୋର୍ଧା ଦଳ ୧୬ ରନ୍‌ରେ ବାଘମାରୀର ଅଟ୍ରୀକୁ ପରାସ୍ତ କରିଥିଲା। ଖୋର୍ଧା ସ୍ବାଧୀନ ପାଇକରାୟ (୫୧) ଏବଂ ବିଶ୍ବଜିତ ମହାପାତ୍ର (୫୩)ଙ୍କ ଅର୍ଧଶତକ ବଳରେ ନିର୍ଧାରିତ ୨୦ ଓଭରରେ ୮ ୱିକେଟ୍‌ ହରାଇ ୨୩୮ ରନ୍‌ କରିଥିଲା। ଅନୀଲ ନାୟକ ଓ ବଳୁ ୩ ଲେଖାଏଁ ୱିକେଟ୍‌ ନେଇଥିଲେ। ଜବାବରେ ଅଟ୍ରୀ ୯ ୱି‌କେଟ୍‌ ବିନିମୟରେ ୨୨୨ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଖୋର୍ଧା ପକ୍ଷରୁ ଅମିତ ବେହେରା ୪ ଓ ସ୍ବାଧୀନ ପାଇକରାୟ ୨ ୱିକେଟ୍‌ ନେଇଥିଲେ। ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ ଲାଗି ସ୍ବାଧୀନଙ୍କୁ ମ୍ୟାଚ୍‌ର ‌ଶ୍ରେଷ୍ଠ ଖେଳାଳି ପୁରସ୍କାର ଅତିଥି ଶଙ୍କର୍ଷଣ ନାଏକ ପ୍ରଦାନ କରିଥିଲେ। ଭଗବାନ ପ୍ରଧାନ ଓ ଶରତ ରାଉତ ମ୍ୟାଚ୍‌ ପରିଚାଳନା କରିଥିଲେ। ବୁଧବାର ପ୍ରଥମ ସେମିଫାଇନାଲ୍‌ରେ ବାଙ୍କୀ ଦୌଡ଼କୁଦ ସଂଘ ଏବଂ କଳିଙ୍ଗ ଟାଇଗର ‌ମୁହ‌ାଁମୁହିଁ ହେବେ।

ସମ୍ବନ୍ଧିତ ଖବର