ହରିଶ୍ଚନ୍ଦ୍ର କ୍ରିକେଟ୍‌: ମଞ୍ଚେଶ୍ୱରକୁ ହରାଇଲା କୁମାରବସ୍ତ

ଭୁବନେଶ୍ୱର (ଇମିସ): ବାଙ୍କୀ ନିକଟସ୍ଥ ପଥୁରିପଡ଼ାର ମହାବେରଣା କ୍ଲବ୍‌ ଆନୁକୂଲ୍ୟରେ ଚାଲିଥିବା ୩୦ତମ ରାଜ୍ୟସ୍ତରୀୟ ହରିଶ୍ଚନ୍ଦ୍ର ମିଶ୍ର କ୍ରିକେଟ୍‌ ପ୍ରତିଯୋଗିତାରେ ମଙ୍ଗଳବାର ମଞ୍ଚେଶ୍ୱରକୁ ୧୫ ରନରେ ହରାଇ ଦେଇଛି ଖୋର୍ଧାର କୁମାରବସ୍ତ ଦଳ। ପ୍ରଥମେ ବ୍ୟାଟିଂ କରିଥିବା କୁମାରବସ୍ତ ୧୮ ଓଭରରେ ୯ ଓ୍ଵିିକେଟ୍‌ ହରାଇ ୧୯୯ ରନ୍‌ କରିଥିଲା। ଶୁଭେନ୍ଦୁ ପ୍ରଧାନ ୭୯ ଏବଂ ଟିପୁ ମହାନ୍ତି ୫୧ ରନ୍‌ କରିଥିଲେ। ମଞ୍ଚେଶ୍ୱର ପକ୍ଷରୁ ସନ୍ଦୀପ ଭଞ୍ଜଦେଓ ଓ ସତ୍ୟରଂଜନ ସେନାପତି ଉଭୟ ୩ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ଜବାବେର ମଞ୍ଚେଶ୍ୱର ଦଳ ସମସ୍ତ ଓ୍ଵିକେଟ୍‌ ହରାଇ ୧୮୫ ରନ୍‌ କରିଥିଲା।

ଅଭୟ ମଲ୍ଲିକ ୩୭ ଏବଂ ନୃସିଂହ ମହାକୁଡ଼ ୨୬ ରନ୍‌ କରିଥିଲେ। କୁମାରବସ୍ତ ପକ୍ଷରୁ ବସନ୍ତ ସାହୁ ୩, ସଞ୍ଜୟ ପାଇକରାୟ ଓ ଦୀପକ ହରିଚନ୍ଦନ ୨ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ଖୋର୍ଧା ବ୍ଲକ ଉପାଧ୍ୟକ୍ଷ ରାମଚନ୍ଦ୍ର ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭେନ୍ଦୁ ପ୍ରଧାନଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ। ଭଗବାନ ପ୍ରଧାନ ଓ ଶରତ ରାଉତ ମ୍ୟାଚ୍‌ ପରିଚାଳନା କରିଥିଲେ। ସନ୍ତୋଷ ବେହେରା (ବୈଦ୍ୟଶ୍ୱର) ଏବଂ ହରିଶ୍ଚନ୍ଦ୍ର ତ୍ରିପାଠୀ ଭାଷ୍ୟକାର ଏବଂ ବ୍ରଜେଶ ପ୍ରଧାନ ସ୍କୋରର୍‌ ଦାୟିତ୍ୱ ତୁଲାଇଥିଲେ। ବୁଧବାର ପ୍ରଥମ ସେମିଫାଇନାଲ୍‌ରେ ଯାଆଁଳା ସହିତ ମୁମାରବସ୍ତର ମୁକାବିଲା ହେବ।

ସମ୍ବନ୍ଧିତ ଖବର