ମେଲ୍ବର୍ଣ୍ଣ: ମେଲ୍ବର୍ଣ୍ଣ ରେନିଗେଡ୍ସ ତାରକା ହରମନ୍ପ୍ରୀତ୍ କୌର ପ୍ରଥମ ଭାରତୀୟ ଖେଳାଳି ଭାବେ ମହିଳା ବିଗ୍ ବାସ୍ ଲିଗ୍ (ଡବ୍ଲୁବିବିଏଲ୍)ର ଶ୍ରେଷ୍ଠ ଖେଳାଳି ବିବେଚିତ ହେବାର ଗୌରବ ଅର୍ଜନ କରିଛନ୍ତି। ଅଲ୍ରାଉଣ୍ଡର ହରମନ୍ପ୍ରୀତ ଏହି ପ୍ରତିଯୋଗିତାରେ ୩୯୯ ରନ୍ କରିବା ସହ ୧୫ ୱିକେଟ୍ ଅକ୍ତିଆର କରିଥିଲେ।
ତାଙ୍କୁ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପାଇଁ ମୋଟ ୩୧ ଭୋଟ ମିଳିଥିଲା ବେଳେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ପର୍ଥ ସ୍କର୍ଚର୍ସର ବେଥ ମୁନି ଓ ସୋଫିଆ ଡେଭିନ୍ ୨୮ ଲେଖାଏଁ ଭୋଟ ପାଇ ପ୍ରଥମ ୩ ମଧ୍ୟରେ ରହିଥିଲେ। ବ୍ରିସବେନ୍ ହିଟ୍ର ଗ୍ରେସ୍ ହାରିସ (୨୫) ଓ ଜର୍ଜିଆ ରେଡମାୟନେ (୨୪) ଏବଂ ହରିକେନ୍ସର ମିଗନନ୍ ଡୁ’ପ୍ରିଜ୍ (୨୪) ଶ୍ରେଷ୍ଠ ୬ ମଧ୍ୟରେ ରହିଥିଲେ।