ପ୍ରଦର୍ଶନୀ ମ୍ୟାଚ୍‌ରେ ହରମନ୍‌ପ୍ରୀତ୍‌, ମାନ୍ଧାନା ଅଧିନାୟିକା

ମୁମ୍ବାଇ: ହରମନ୍‌ପ୍ରୀତ୍‌ କୌର ଏବଂ ସ୍ମୃତି ମାନ୍ଧାନା ଆଇପିଏଲ୍‌ କ୍ୱାଲିଫାୟର-୧ ପୂର୍ବରୁ ଖେଳା ଯିବାକୁଥିବା ମହିଳା ଟେ୍ଵଣ୍ଟି-୨୦ ପ୍ରଦର୍ଶନୀ ମ୍ୟାଚ୍‌ ଲାଗି ଅଧିନାୟିକା ନିଯୁକ୍ତ ହୋଇଛନ୍ତି। ମଙ୍ଗଳବାର ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ ଏହି ବିଷୟରେ ଘୋଷଣା କରିଥିଲା। ଏହି ମ୍ୟାଚ୍‌ ମୁମ୍ବାଇରେ ମେ’ ୨୨ ତାରିଖ ଅପରାହ୍ନ ୨ ଟାରେ ଖେଳାଯିବ। ଏହାପରେ କ୍ୱାଲିଫାୟାର-୧ ମ୍ୟାଚ୍‌ ଆରମ୍ଭ ହେବ। ଆଇପିଏଲ୍‌ ନିୟମରେ ଖେଳାଯିବାକୁ ଥିବା ଏହି ପ୍ରଦର୍ଶନୀ ମ୍ୟାଚ୍‌ରେ ଦେଶ ଏବଂ ବିଦେଶରୁ ମହିଳା କ୍ରିକେଟର୍‌ମାନେ ଖେଳିବେ। ଉଭୟ ଦଳରେ ୪ ଜଣ ଲେଖାଏଁ ବିଦେଶୀ ଖେଳାଳି ରହିପାରିବେ। ନ୍ୟୁଜିଲାଣ୍ଡ୍‌ର ସୁଜି ବେଟ୍ସ, ସୋଫି ଡିଭାଇନ୍‌ଙ୍କ ସହ ଅଷ୍ଟ୍ରେଲିଆର ଏଲିସ୍‌ ପେରି, ଆଲିସା ହିଲି, ମେଗାନ ଶ୍ଚୁଟ୍‌ ଓ ବେଥ ମୁନି ଏବଂ ଇଂଲଣ୍ଡର ଡାନି ଓ୍ଵାଟ୍‌ ଓ ଡାନିଏଲ୍‌ ହାଜେଲ୍‌ ଏହି ପ୍ରଦର୍ଶନୀ ମ୍ୟାଚ୍‌ରେ ଖେଳିବାକୁ ସମ୍ମତି ଦେଇଥିବା ଆଇପିଏଲ୍‌ ଅଧ୍ୟକ୍ଷ ରାଜୀବ ଶୁକ୍ଳା ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର