ଆଇପିଏଲ-୨୦୨୦ ପୂର୍ବରୁ କେକେଆରରୁ ବାଦ ପଡିଲେ ଏହି ବୋଲର

ନୂଆଦିଲ୍ଲୀ: ଆସନ୍ତା ୧୯ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ | ମହାମାରୀ କରୋନା ଭୂତାଣୁ ଯୋଗୁଁ ଭାରତ ପରିବର୍ତ୍ତେ ୟୁଏଇରେ ଏହି ମ୍ୟାଚ ଅନୁଷ୍ଠିତ ହେବ । ସମସ୍ତ ଫ୍ରାଞ୍ଚାଇଜ୍ ଦଳ ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବାକୁ ୟୁଏଇରେ ପହଞ୍ଚିଛନ୍ତି ଏବଂ କ୍ୱାରାଣ୍ଟିନରେ ସମୟ ବିତାଇବା ପରେ ଏକ ପ୍ରଶିକ୍ଷଣ ଶିବିରରେ ଅଂଶଗ୍ରହଣ କରିବେ |

ତେବେ ୨ ଥର ଆଇପିଏଲ୍ ବିଜେତା କୋଲକାତା ନାଇଟ୍ ରାଇଡର୍ସ ଦଳ ପାଇଁ ଖରାପ ଖବର ଆସିଛି। କାନ୍ଧରେ ଆଘାତ ଲାଗିଥିବା ଯୋଗୁଁ ଇଂଲଣ୍ଡ ବୋଲର ହ୍ୟାରି ଗାର୍ନି ଆଇପିଏଲ୍ ୨୦୨୦ ରେ ଭାଗ ନେବାକୁ ୟୁଏଇରେ ପହଞ୍ଚି ପାରିବେ ନାହିଁ |


ଇଂଲଣ୍ଡର ଦ୍ରୁତ ବୋଲର ହ୍ୟାରି ଗାର୍ନି ନିଜେ କହିଛନ୍ତି ଯେ କାନ୍ଧରେ ଆଘାତ ଲାଗି ସେ ୟୁଏଇ ଯିବେ ନାହିଁ | ଆଇପିଏଲ ୨୦୧୯ ସମୟରେ ଗାର୍ନି କେକେଆର ଦଳରେ ସାମିଲ ହୋଇଥିଲେ | ଏହି ସମୟ ମଧ୍ୟରେ ଖେଳାଯାଇଥିବା ୮ ଟି ମ୍ୟାଚରେ ୭ ଟି ୱିକେଟ୍ ନେଇଥିଲେ।

ସମ୍ବନ୍ଧିତ ଖବର