ହର୍ଷବର୍ଦ୍ଧନ ଏଫଆଇଏଚ୍‌ ଅମ୍ପାୟାର ପ୍ରବନ୍ଧକ

ନୂଆଦିଲ୍ଲୀ: ଭାରତର ହର୍ଷବର୍ଦ୍ଧନ ଗନ୍ଧାମ ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍‌)ର ଅମ୍ପାୟାର ପ୍ରବନ୍ଧକ ନିଯୁକ୍ତ ହୋଇଛନ୍ତି। ଆନ୍ଧ୍ରପ୍ରଦେଶର ଏହି ପୂର୍ବତନ ଅନ୍ତର୍ଜାତୀୟ ହକି ଖେଳାଳି ୨୦୦୫ ମସିହାରେ ଅମ୍ପାୟାରିଂ କରିବା ଆରମ୍ଭ କରିଥିଲେ। ଘରୋଇ ହକିରେ ୩ ବର୍ଷ ଧରି ଅମ୍ପାୟାରିଂ କରିବା ପରେ ୨୦୦୮ରେ ତାଙ୍କୁ ପ୍ରଥମ ଥର ଲାଗି କୌଣସି ଅନ୍ତର୍ଜାତୀୟ ହକି ମ୍ୟାଚ୍‌ରେ ଅମ୍ପାୟାରିଂ କରିବାର ସୁଯୋଗ ମିଳିଥିଲା। ଜର୍ମାନିରେ ଆୟୋଜିତ ୮ ରାଷ୍ଟ୍ରୀୟ ହକି ଅମ୍ପାୟାର ଭାବେ ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ପ୍ରତିଯୋଗିତା ଥିଲା। ଏହି ପ୍ରତିଯୋଗିତା ପରେ ପରେ ହିଁ ଏଫଆଇଏଚ୍‌ ତାଙ୍କୁ ନିଜ ଅମ୍ପାୟାର ପ୍ୟାନେଲରେ ସ୍ଥାନ ଦେଇଥିଲା। ୨୦୧୩ ଆଜଲାନ୍‌ ସାହା ହକି, ସୁଲତାନ ଜୋହର କପ୍‌ ଭଳି ବିଭିନ୍ନ ବୃହତ୍‌ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପରେ ଶେଷରେ ତାଙ୍କ ଏଫଆଇଏଚ୍‌ ଅମ୍ପାୟାର ପ୍ରବନ୍ଧକ ଭାବେ ନିଯୁକ୍ତି ମିଳିଛି।

ସମ୍ବନ୍ଧିତ ଖବର