ଅଷ୍ଟ୍ରେଲିଆ ଏବେ ଲୟ ପାଇ ସାରିଛି। ଦଳ ପାଖରେ ଏବେ କିଛିଟା ଉଦ୍ଧତ ପଣିଆ ଦେଖିବାକୁ ମଳୁଛି। ବର୍ତ୍ତମାନ ଏମାନେ ପ୍ରକୃତ ଅଷ୍ଟ୍ରେଲିଆ ଦଳ ଭାବେ ଦେଖାଯାଉଛନ୍ତି। ନ୍ୟୁଜିଲାଣ୍ତ ପରାଜୟ ଆଡକୁ ଢଳୁଥିବା ଭଳି ମନେହେଉଛି। ଦଳର ପ୍ରମୁଖ ଖେଳାଳିମାନେ ଲୟ ପାଇବାକୁ ସ˚ଘର୍ଷ କରୁଛନ୍ତି। ସେମାନେ ବିଜେତା ଅପେକ୍ଷା କେବଳ ଏକ ପ୍ରତିଦ୍ବନ୍ଦ୍ବୀ ଭଳି ଦେଖାଯାଉଛନ୍ତି। ଚଳିତ ବିଶ୍ବକପ୍ ଆଇପିଏଲ୍ ଭଳି ଏକ ଲମ୍ବା ଦୌଡ଼ ସଦୃଶ ଦେଖାଯାଉଛି। ଆପଣ ଧୀମା ଆରମ୍ଭ କରିପାରନ୍ତି, ଯାହା ଅଷ୍ଟ୍ରେଲିଆ କରିଛି। ବିରୋଧୀଙ୍କୁ ଧରି ରଖିବା ପାଇଁ ଦଳ ପାଖରେ ସମୟ ରହିଛି। କିମ୍ବା ନ୍ୟୁଜିଲାଣ୍ଡ ପରି ଧମାକାଦାର ପ୍ରଦର୍ଶନ କରିବା ପରେ ହଠାତ୍ ପ୍ରତିଯୋଗିତାର ପଛରେ ପଡ଼ିଯାଇପାରନ୍ତି।
ଆଗକୁ ନ୍ୟୁଜିଲାଣ୍ଡ ପାଇଁ ଦୁଇଟି କଷ୍ଟସାଧୢ ମ୍ୟାଚ୍ ଆସୁଛି ଏବ˚ ବର୍ତ୍ତମାନର ପ୍ରଦର୍ଶନକୁ ଦେଖି ଦଳ କିଛିଟା ଚିନ୍ତାରେ ରହିବ। କେବଳ ପାକିସ୍ତାନ ବିପକ୍ଷରେ ପରାଜିତ ହୋଇଥିଲେ ବି କେନ୍ ୱିଲିୟମସନ୍ଙ୍କ ଦଳ ବ୍ୟାଟି˚ରେ ଉନ୍ନତି ଆଣିବା ଅପେକ୍ଷା ଏହାର ପ୍ରଦର୍ଶନ ଅପସାରି ଯାଇଛି। ବୋଲି˚ରେ ଟ୍ରେଣ୍ଟ ବୋଲ୍ଟ ଓ ଲୁକି ଫର୍ଗୁସନ୍ଙ୍କ ଉପରେ ଦଳ ଅଧିକ ନିର୍ଭର କରୁଛି। କିନ୍ତୁ ପାକିସ୍ତାନ ବିପକ୍ଷରେ ଏହା ଯଥେଷ୍ଟ ନୁହେଁ। ଅଷ୍ଟ୍ରେଲିଆ ବିପକ୍ଷରେ ସେମାନେ ଗପ୍ଟିଲ୍ ଓ ଟେଲରଙ୍କଠୁ ରନ୍ ଆଶା କରିବେ ଏବ˚ ହେନ୍ରି କିମ୍ବା ସାଉଦିଙ୍କୁ ଆରମ୍ଭରୁ ଵିକେଟ୍ ଦେବାକୁ ହେବ। ଅଷ୍ଟ୍ରେଲିଆର ବର୍ତମାନର ପ୍ରଦର୍ଶନ ତଥା ଫିଞ୍ଚ ଓ ଵାର୍ନରଙ୍କ ପାଇଁ ଦଳକୁ ମିଳିଥିବା ମଜବୁତ ସ୍ଥିତିି ବାବଦରେ ନ୍ୟୁଜିଲାଣ୍ଡ ସଚେତନ ଅଛି। ଦୁହେଁ ହଜାରେରୁ ଅଧିକ ରନ୍ ଭାଗୀଦାରି କରିସାରିଲେଣି। ଵାର୍ନର ଲମ୍ବା ପ୍ରତିଯୋଗତାର ଶ୍ରେଷ୍ଠ ଖେଳାଳି, ଯାହାକି ଆମେ ଆଇପିଏଲ୍ରେ ଦେଖିଛୁ। କିନ୍ତୁ ଫିଞ୍ଚ ତାଙ୍କ ଫର୍ମକୁ ଫେରିବା ଦଳ ପାଇଁ ବଡ ଆଶ୍ବସ୍ତି ଆଣିଦେଇଛି। ମିଚେଲ ଷ୍ଟାର୍କ ଓ ଜାସନ୍ ବେହରନଡର୍ଫ ଡାହାଣ ହାତୀଙ୍କ ପାଇଁ ସୁଇ˚ କରିପାରିବେ ଏବ˚ ଏଭଳି ଦ୍ରୁତ ସୁଇ˚କୁ ସାମ୍ନା କରିବା ପାଇଁ କୌଣସି ବ୍ୟାଟ୍ସମ୍ୟାନ ଜନ୍ମ ହୋଇଥିବା ମନେହେଉନି। ତେଣୁ ଯେତେବେଳେ ଅଷ୍ଟ୍ରେଲିଆ ନୂଆ ବଲ୍ ବୋଲି˚ କରିବା ସୁଯୋଗ ପାଉଛି, ସେତେବେଳେ ଆରମ୍ଭରୁ ପ୍ରଭାବ ବିସ୍ତାର କରିବାକୁ ହେବ। ଏହାପରେ ବିପକ୍ଷଙ୍କୁ ପ୍ରଥମ ଆଘାତ ଲାଗିବ ଏବ˚ ନ୍ୟୁଜିଲାଣ୍ଡ ଶୋଷିତ ହେବ। ମ୍ୟାକ୍ସୱେଲ ଓ ଷ୍ଟୋଇନିସ୍ ମଧ୍ୟ ଓଭରଗୁଡ଼ିକରେ ସେହି ସ୍ଥାନ ପୂରଣ କରିବେ। ଯଦିଓ ଅଷ୍ଟ୍ରେଲିଆ ସେଭଳି କିଛି ଆରମ୍ଭ ଦେଇନାହିଁ, ଯଦି ଏହି ମ୍ୟାଚ୍ରେ ଖେଳିବା ଆରମ୍ଭ କରନ୍ତି, ତାହେଲେ ଏହା ଭୟାନକ ଦେଖାଯିବ।