ଧୋନିଙ୍କ ଶାନ୍ତ ମୁଖମଣ୍ଡଳ ପଛରେ ପ୍ରବଳ ଚାପ ଲୁଚିଛି, ହର୍ଷ ଭୋଗଲେ

କୋଲକାତା ନାଇଟ୍ ରାଇଡର୍ସ (‌କେକେଆର) ଆଦ୍ରତା ଓ ଉଷ୍ମତା ଭରା ଚେନ୍ନାଇ ଯାଇ ଫେରିବା ପରେ ଅନେକ କିଛି ବଦଳି ଯାଇଛି। ଯଦିଓ କୋଲକାତାର ପାଣିପାଗ ଚେନ୍ନାଇଠାରୁ ସେମିତି କିଛି ଅଲଗା ନୁହେଁ, ଇଡେନ୍ ପିଚ୍ ଏବେ ସେମାନଙ୍କ ପାଇଁ ଜଣେ ବେଙ୍ଗଲି ତା‌ମିଲ କହିଲା ଭଳି ହୋଇଛି। ଏହା ଚେନ୍ନାଇର ଚେପକ ପିଚ୍‌ଠାରୁ ପୂରା ଭିନ୍ନ। ଘରୋଇ ପରିବେଶରେ କେକେଆର ବୋଲର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ରନ୍ ଉତ୍ସବକୁ ଆଦୌ ପସନ୍ଦ କରି ନଥିବେ। କେକେଆର ପାଇଁ ଏହା ନିଶ୍ଚିତ ଭାବେ ଏକ ବଡ଼ ପ୍ରସଙ୍ଗ। ସେମାନଙ୍କ ଶ୍ରେଷ୍ଠ ସମୟରେ ସୁନୀଲ ନରିନ ପୁରୁଣା ଇଡେନ୍ ଗାର୍ଡେନ୍ସରେ ୪ ଓଭରିଆ ବ୍ୟାଙ୍କ୍‌ ଥିଲେ। ସଂପ୍ରତି ସେ ଆଉ ସେହି ଆଗର ବୋଲର ନାହାନ୍ତି। କୁଲଦୀପ ଯାଦବ ମଧ୍ୟ ଅପ୍ରତ୍ୟାଶିତ ଭାବେ ୱିକେଟ୍ ଶୂନ୍ୟ ରହିଲେ। ଏବେ ଅଧିନାୟକ ଦୀନେଶ କାର୍ତିକ ଜଣେ ମ୍ୟାଚ୍ ବିଜୟୀ ବୋଲରଙ୍କୁ ଖୋଜୁଛନ୍ତି। କୋଲକାତା ପାଖରେ କିନ୍ତୁ ଏମିତି ଜଣେ ହେଲେ ବି ବୋଲର ନାହାନ୍ତି। ଏଣୁ ବ୍ୟାଟିଂ ହିଁ ସେମାନଙ୍କୁ ମ୍ୟାଚ୍ ଜିତାଇ ପାରିବ।
ଦିଲ୍ଲୀ କ୍ୟାପିଟାଲ୍ସକୁ ଇଡେନ୍ ଗାର୍ଡେନ୍ସ ପିଚ୍ ବେଶ୍ ସୁହାଇଥିଲା। ତେବେ ଏଠାକାର ଅତିରିକ୍ତ ଉଚ୍ଛାଳ ଓ ଗତିକୁ ଚେନ୍ନାଇ ପସନ୍ଦ କରି ନପାରେ। ଚେନ୍ନାଇ ଏବେ ବି ଦଳୀୟ ସନ୍ତୁଳନ ସନ୍ଧାନରେ ଥିବା ଧୋନି ସ୍ବୀକାର କରିଛନ୍ତି। ଯାହା କୋଲକାତା ପାଇଁ ଏକ ସୁଯୋଗ ଭାବେ ଉଭା ହୋଇଛି। ଆଘାତ ଜନିତ ସମସ୍ୟା ଅବଶ୍ୟ କୋଲକାତାର ମୁଣ୍ଡବ୍ୟଥା ବଢ଼ାଇ ଦେଇଛି। ସେଥିପାଇଁ ଦିଲ୍ଲୀ ବିପକ୍ଷରେ ଏହି ଦଳ ଶୁଭମନ ଗିଲ୍‌ଙ୍କୁ ଉପରେ ଖେଳାଇଥିଲା। ସେ ମଧ୍ୟ ନିଜ ଦକ୍ଷତା ଦେଖାଇଥିଲେ। ଶୁଭମନ ଅତି ସହଜରେ ସଟ୍ ଖେଳୁଥିଲେ। ସେ ଯେମିତି ଆଦୌ ବ୍ୟସ୍ତ ନଥିଲେ। ଏଭଳି ପ୍ରଦର୍ଶନ ପରେ ଶୁଭମନ ଆଉ ଷଷ୍ଠ କିମ୍ବା ସପ୍ତମ ସ୍ଥାନକୁ ଫେରି ଯାଇ ପା‌ରିବେ ନାହିଁ। ସମ୍ଭବତଃ ମ୍ୟାଚ୍ ଶେଷ କରିବା ଦାୟିତ୍ବ ଏବେ ନୀତିଶ ରାଣାଙ୍କୁ ମିଳିପାରେ। ଯାହା ହେଲେ ବି ସିଏସ୍‌କେ କୌଣସି ମତେ ବିଜୟ ବାଟ ପାଇଯାଉଛି। ପଡ଼ିଆ ଭିତରେ ଧୋନିଙ୍କ ମାତ୍ରାଧିକ ପ୍ରତିକ୍ରିୟା, ତାଙ୍କ ଶାନ୍ତ ମୁଖମଣ୍ଡଳ ପଛରେ ଲୁଚି ରହିଥିବା ପ୍ରବଳ ଚାପକୁ ଦର୍ଶାଉଛି। ‌ଗୋଟିଏ ଦୁଇଟି ମ୍ୟାଚ୍ ହାରିଲେ ଚେନ୍ନାଇ ଉପରେ ଅବଶ୍ୟ ଏହାର ବିଶେଷ ପ୍ରଭାବ ପଡ଼ିବ ନାହିଁ। ଲଗାତାର ଦୁଇଟି ମ୍ୟାଚ୍ ହାରିବା ପରେ କୋଲକାତା କିନ୍ତୁ ଏଭଳି ସ୍ଥିତିରେ ନାହିଁ।

ସମ୍ବନ୍ଧିତ ଖବର