ଆଇପିଏଲ୍ରେ ବଡ଼ ହିଟ୍ ଖେଳାଳିଙ୍କ ମାତ୍ରା ବଢ଼ି ଚାଲିଛି। ଏହି ସବୁ ଖେଳାଳିମାନେ ବିଗତ ୨ ବର୍ଷ ତୁଳନାରେ ଦୁଇ ଗୁଣା ଶେଷ ୩ ଓଭରରେ ୫୦ରୁ ଅଧିକ ରନ କଲେଣି। ନିୟମିତ ଭାବେ ମୋ ନିଶ୍ବାସ ପ୍ରଶ୍ବାସକୁ କିନ୍ତୁ ଜଣେ ଉଡ଼ାଇ ନେଉଛି। ସିଏ ମଧ୍ୟ ସମ୍ପୃକ୍ତ ଦଳର ମୁଖ୍ୟ ଅଭିନେତା ନୁହଁନ୍ତି, ଭଲଭାବେ ସକ୍ଷମ ସହକାରୀ ନାୟକ। ହାର୍ଦିକ ପାଣ୍ଡ୍ୟା ବ୍ୟାଟିଂ କରିବା ବେଳେ ମୁଁ ଯାହା କରିବା କଥା କରେ ନାହିଁ। ବଲ୍ ତାଙ୍କ ବ୍ୟାଟ୍ ଛାଡ଼ିବା ମାତ୍ରେ ଏଭଳି ଲାଗେ ସେଥିରେ ଏକ ଇଂଜିନ୍ ଲାଗି ରହିଛି। ଆପଣମାନେ ଅନ୍ୟମାନଙ୍କ କଥା କହି ପାରନ୍ତି, ବିଶେଷ କରି ଆନ୍ଦ୍ରେ ରସେଲ ଯିଏ ବଲ୍କୁ ପ୍ରହାର କରିଥାନ୍ତି। ହାର୍ଦିକ କିନ୍ତୁ ନିଜ ଶରୀରକୁ ବଲ୍ ପଛରେ ଫୋପାଡି ଦିଅନ୍ତି। କେବଳ ଶରୀର ନୁହେଁ ନିତମ୍ବ, ଛାତି, ମୁଣ୍ଡ, କାନ୍ଧ, ବାହୁ ଆଦି ସବୁକିଛି ସେ ବଲ୍ ପାଇଁ ଲଢ଼ାଇ ଦେଇଥାନ୍ତି। ପ୍ରତି ଥର ସେ ଛକା ମାରିବା ବେଳେ ବଲ୍ ଜଙ୍ଗଲରେ ଏକ କୁରାଢ଼ୀ ଭଳି ଗଛ କାଟିଥାଏ। ଚଳିତ ଆଇପିଏଲରେ ତାଙ୍କୁ କିଭଳି ବୋଲିଂ କରାଯିବ ସବୁଠୁ ଅଧିକ ସମୟ ଯୋଜନା କରିବାକୁ ପଡିଛି।
ମହେନ୍ଦ୍ର ସିଂହ ଧୋନିଙ୍କ ତୁଳନା କଲେ ହେଲିକପ୍ଟର ସଟ୍ ଏବେ ନିଜ ଦ୍ବିତୀୟ ଘର ପାଇଛି। ଫରକ ଏତିକି ହାର୍ଦିକ ମିଡ୍ ୱିକେଟ୍ ଉପର ତୁଳନାରେ ଅଧିକ ସ୍କୋୟାର୍ କ୍ଷେତ୍ରକୁ ମାରିଛନ୍ତି। ସେ ଏଭଳି ଆଙ୍ଗଲରେ ମାରୁଛନ୍ତି ଯାହାକି କଷ୍ଟକର ଏବଂ ବିଶ୍ବାସ ବାହାରେ। ସ୍ପିନ୍କୁ ଏଭଳି ପୋଛି ମାରିବାରେ ଅନ୍ୟମାନଙ୍କ ତୁଳନାରେ ସେ ଅଧିକ ସଫଳ। ବର୍ତମାନ କିନ୍ତୁ ପାଣ୍ଡ୍ୟାଙ୍କ ପ୍ରଦତ୍ତ ହୁକୁମ୍ ଉପରେ ସେ ଏକାଗ୍ର ରହିବା କଥା। ତାଙ୍କୁ ଅନେକ ପାହାଡ଼ ଚଢ଼ିବାର ଅଛି। କିନ୍ତୁ ଏଥି ପାଇଁ ସେ କେଉଁ ପାହାଡ଼ ଚଢ଼ିବେ ନିଜେ ବାଛିବାର ଅଛି।