ବୁମ୍‌ରାଙ୍କୁ ଟପିଲେ ହର୍ଷଲ

ଦୁବାଇ: ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୩ ୱିକେଟ୍ ଅକ୍ତିଆର କରିଥିବା ଆରସିବି ବୋଲର ହର୍ଷଲ ପଟେଲ ଏକ ଭାରତୀୟ କୀର୍ତ୍ତିମାନ କରିଛନ୍ତି। ଆଇପିଏଲ୍‌ର ଗୋଟିଏ ସଂସ୍କରଣରେ ସର୍ବାଧିକ ୱିକେଟ୍ ନେବାରେ ଯଶପ୍ରୀତ ବୁମ୍‌ରାଙ୍କୁ ଟପି ଯାଇଛନ୍ତି ସେ। ବୁମ୍‌ରା ୨୦୨୦ ସଂସ୍କରଣରେ ୨୭ ୱିକେଟ୍ କରାୟତ୍ତ କରି ଆଇପିଏଲ୍‌ର ଗୋଟିଏ ସଂସ୍କରଣରେ ସର୍ବାଧିକ ୱିକେଟ୍ ନେବାର ଭାରତୀୟ କୀର୍ତ୍ତିମାନ କରିଥିଲେ। ହର୍ଷଲ ତାଙ୍କୁ ଟପି ଏବେ ୨୯ ୱିକେଟ୍‌ରେ ପହଞ୍ଚି ଯାଇଛନ୍ତି। ଆର୍‌ସିବି ପ୍ଲେ ଅଫ୍‌ ପାଇଁ ଯୋଗ୍ୟତା ଅର୍ଜନ କରି ସାରିଥିବାରୁ ତାଙ୍କ ପାଖରେ ଆଇପିଏଲ୍‌ର ଗୋଟିଏ ସଂସ୍କରଣରେ ସର୍ବାଧିକ ୱିକେଟ୍ ନେବାର ସୁଯୋଗ ବି ରହିଛି।

ଗୋଟିଏ ସଂସ୍କରଣରେ ସର୍ବାଧିକ ୱିକେଟ୍ ନେବାରେ ସଂପ୍ରତି ଭୁବନେଶ୍ବର କୁମାର (୧୪ ମ୍ୟାଚ୍, ୨୬ ୱିକେଟ୍, ୨୦୧୪) ତୃତୀୟ ସ୍ଥାନରେ ରହିଛନ୍ତି। ରାଜସ୍ଥାନ ରୟାଲ୍ସ ପେସର ଜୟଦେବ ଉନାଦକଟ୍ ( ୧୨ ମ୍ୟାଚ୍, ୨୪ ୱିକେଟ୍, ୨୦୧୭) ତୃତୀୟ ସ୍ଥାନରେ ରହିଛନ୍ତି। ସ୍ପିନର ହରଭଜନ ସିଂହ ମଧ୍ୟ ୨୦୧୩ ଆଇପିଏଲ୍‌ରେ ୧୯ ମ୍ୟାଚ୍ ଖେଳି ସମାନ ୨୪ ୱିକେଟ୍ ନେଇଥିଲେ। ଆଇପିଏଲ୍‌ର ଗୋଟିଏ ସଂସ୍କରଣରେ ସର୍ବାଧିକ ୱିକେଟ୍ ଅକ୍ତିଆର କରିବାରେ ଚେନ୍ନାଇ ସୁପରକିଙ୍ଗ୍ସର ୱେଷ୍ଟଇଣ୍ଡିଆନ୍ ବୋଲର ଡ୍ବେନ୍ ବ୍ରଭୋ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଗତ ଋତୁରେ ୩୦ ୱିକେଟ୍ ନେଇ ସେ ଏହି କୀର୍ତ୍ତିମାନ କରିଥିଲେ।

ସମ୍ବନ୍ଧିତ ଖବର