ହରିଆଣା ବିଧାନସଭା ନିର୍ବାଚନ; ସନ୍ଦୀପ ସିଂହ ଜିତିଲେ ବବିତା, ଯୋଗେଶ୍ବର ପରାଜିତ

ଚଣ୍ଡିଗଡ: ହରିଆଣା ବିଧାନସଭା ନିର୍ବାଚନରେ ତିନି ଜଣ ଅନ୍ତର୍ଜାତୟ ଖ୍ୟାତି ସଂପନ୍ନ କ୍ରୀଡ଼ା ତାରକା ଯଥା ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ସନ୍ଦୀପ ସିଂହ, କୁସ୍ତିଯୋଦ୍ଧା ଯୋଗେଶ୍ବର ଦତ୍ତ ଏବଂ ମହିଳା କୁସ୍ତି ତାରକା ବବିତା ଫୋଗଟ ଲଢ଼ିଥିଲେ। ସେଥିମଧ୍ୟରୁ କେବଳ ସନ୍ଦୀପ ବିଜୟରୁ ତାଙ୍କ ରାଜନୈତିକ ଜୀବନ ଆରମ୍ଭ କରିଥିଲା ବେଳେ ଉଭୟ ବବିତା ଏବଂ ଯୋ‌ଗେଶ୍ବର ପରାଜିତ ହୋଇଛନ୍ତି। ତିନି ଜଣ ଯାକ ବିଜେପି ଟିକେଟରେ ନିର୍ବାଚନ ଲଢ଼ିଥିଲେ। ବରୋଦା ଆସନରୁ ଯୋଗେଶ୍ବର ୪୮୪୦ ଖଣ୍ଡ ଭୋଟରେ କଂଗ୍ରେସର ଶ୍ରୀକୃଷ୍ଣ ହୁଦା ଏବଂ ଦାଦ୍ରିରୁ ବବିତା ୧୪୨୭୨ ଭୋଟରେ ସ୍ବାଧୀନ ପ୍ରାର୍ଥୀ ସୋମବୀର ସଙ୍ଗୱାନଙ୍କଠାରୁ ପରାଜିତ ହୋଇଥିଲେ। ଉଭୟଙ୍କ ଷ୍ଟାର ପାୱାର ଭୋଟରଙ୍କ ଉପରେ କୌଣସି ପ୍ରଭାବ ପକାଇ ନଥିଲା। ଅନ୍ୟ ପକ୍ଷରେ ପେହୋୱା ଆସନରୁ ସନ୍ଦୀପ ୫୩୧୪ ଭୋଟରେ ମନଦୀପ ସିଂହ ଚିତାଙ୍କୁ ପରାସ୍ତ କରିଥିଲେ।

ସମ୍ବନ୍ଧିତ ଖବର