ହରିୟାଣା, ରେଳବାଇ, ପଶ୍ଚିମବଙ୍ଗ ବିଜୟୀ

ଜାତୀୟ ମହିଳା ଫୁଟ୍‌ବଲ୍‌

କଟକ: ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଜାତୀୟ ମହିଳା ଫୁଟବଲ୍‌ ପ୍ରତିଯୋଗତାର ଦ୍ୱିତୀୟ ଦିନରେ ହରିୟାଣା, ରେଳବାଇ, ପଶ୍ଚିମବଙ୍ଗ ବିଜୟୀ ହୋଇଛନ୍ତି। ପ୍ରଥମ ମ୍ୟାଚରେ ହରିୟାଣା ୧୦-୦ରେ ମଧ୍ୟପ୍ରଦେଶକୁ ପରାସ୍ତ କରିଥିଲା। ଦ୍ୱିତୀୟ ମ୍ୟାଚରେ ରେଳବାଇ ୮-୦ ଗୋଲରେ ବିହାରକୁ ଓ ଦିନର ଶେଷ ମ୍ୟାଚରେ ପଶ୍ଚିମବଙ୍ଗ ୩-୦ ଗୋଲରେ ହିମାଚଳ ପ୍ରଦେଶକୁ ହରାଇଛନ୍ତି। ମଙ୍ଗଳବାର ଗ୍ରୁପ୍‌ ଏ’ରେ ଛତିଗଡ଼-ତେଲେଙ୍ଗାନା, ଗ୍ରୁପ୍‌ ବି’ରେ ରାଜସ୍ଥାନ-କର୍ଣ୍ଣାଟକ, ଗ୍ରୁପ୍‌ ସି’ରେ ସିକମ୍‌-ଉତ୍ତରାଖଣ୍ଡ, ଗ୍ରୁପ୍‌ ଡି’ରେ ପଞ୍ଜାବ-ଉତ୍ତରପ୍ରଦେଶ ମଧ୍ୟରେ ପରବର୍ତ୍ତୀ ମୁକାବିଲା ହେବ।

ସମ୍ବନ୍ଧିତ ଖବର