ସାମିଙ୍କ ସହ ଟେଲିଫୋନ୍‌ରେ ହୋଇଥିବା ବାର୍ତ୍ତାଳାପର ରେକର୍ଡିଂ ସର୍ବସାଧାରଣ କଲେ ହସିନା

ନୂଆଦିଲ୍ଲୀ: କ୍ରିକେଟ୍‌ ତାରକା ମହମ୍ମଦ ସାମିଙ୍କ ବିରୋଧରେ ହିଂସା ଓ ଅନୈତିକ ସଂପର୍କ ଅଭିଯୋଗ ମାମଲା ରୁଜୁ ହେବା ପରେ ଏବେ ମାମଲାରେ ସଂପୃକ୍ତ ଆହୁରି କିଛି ତଥ୍ୟ ହସ୍ତଗତ ହୋଇଛି। ସାମିଙ୍କ ପତ୍ନୀ ହସିନା ସାମିଙ୍କର କିଛି ବିବାଦୀୟ ଫୋନ୍‌ କଲ୍‌ ରେକର୍ଡିଂକୁ ସର୍ବସାଧାରଣ କରିଛନ୍ତି। ଉକ୍ତ ରେକର୍ଡିଂରେ ସାମିଙ୍କ ସହ ଟେଲିଫୋନ୍‌ରେ ହୋଇଥିବା ବାର୍ତ୍ତାଳାପ ରହିଛି ବୋଲି ହସିନା କହିଛନ୍ତି। ଉକ୍ତ ରେକର୍ଡିଂ ଯଦି ସତ ହୁଏ ତେବେ ମାମଲା ସାମିଙ୍କ ବିରୋଧରେ ଯିବ। ଏ ସଂପର୍କରେ ହସିନା କହନ୍ତି କି ସେ ସମସ୍ତ ପ୍ରକାର ପ୍ରମାଣ ଏକଜୁଟ କରି ଦେଇଛନ୍ତି ସାମିଙ୍କୁ ଦୋଷୀ ସାବ୍ୟସ୍ଥ କରିବା ପାଇଁ। ପାରୁଛନ୍ତି ଯଦି ସାମି ନିଜେ ନିଜକୁ ନିର୍ଦୋଷ ପ୍ରମାଣ କରିବା ପାଇଁ ପ୍ରମାଣ ଯୋଗାଡ଼ କରନ୍ତୁ।

ଉଲ୍ଳେଖଯୋଗ୍ୟ, କ୍ରିକେଟ ତାରକା ମହମ୍ମଦ ସାମିଙ୍କ ବିରୋଧରେ ପତ୍ନୀ ହସିନା ଜାହାଁ ହିଂସା ଏବଂ ଅନୈତିକ ସଂପର୍କ ଅଭିଯୋଗ ଆଣିବା ପରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ମାମଲା ରୁଜୁ ପରେ ପତ୍ନୀ ହସିନା ସ୍ୱାମୀ ସାମିଙ୍କ ବିରୋଧରେ ଏବେ ଆଉ ଏକ ଜଘନ୍ୟ ଅଭିଯୋଗ ବି ଆଣିଥିଲେ। ସାମି ତାଙ୍କ ପତ୍ନୀଙ୍କୁ ନିଜର ସାନଭାଇ ସହ ସହ ସଂପର୍କ ରଖିବାକୁ ବାଧ୍ୟ କରୁଥିଲେ ବୋଲି ହସିନା ଅଭିଯୋଗରେ ଦର୍ଶାଇ ଥିଲେ।

ମହମ୍ମଦ ସାମିଙ୍କ ପତ୍ନୀ ହସିନା ଶୁକ୍ରବାର ସ୍ୱାମୀଙ୍କ ବିରୋଧରେ କୋଲକାତାର ଲାଲ ବଜାର ପୁଲିସ୍‌ ଷ୍ଟେସନ୍‌ରେ ସାମିଙ୍କ ସମେତ ତାଙ୍କ ପରିବାର ୪ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ପ୍ରତାରଣା, ଘରୋଇ ହିଂସା ଏବଂ ହତ୍ୟା ଉଦ୍ୟମ ଅଭିଯୋଗରେ ସାମିଙ୍କ ବିରୋଧରେ ଅନେକ ଗୁଡ଼ିଏ ଧାରା ଲଗାଯାଇଛି। ଅନ୍ୟପକ୍ଷରେ ସାମିଙ୍କୁ କିନ୍ତୁ ପତ୍ନୀ ହସିନାଙ୍କୁ କ୍ଷମା ମାଗି ମୀମାଂସା କରିବା ପାଇଁ ପ୍ରସ୍ତୁତ ରହିଛନ୍ତି। ତାଙ୍କ ବିରୋଧରେ ଆସିଥିବା ପରକୀୟା ପ୍ରୀତି ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ ବୋଲି ସେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର