କୋଲ୍କାତା: କ୍ରିକେଟର୍ ସ୍ୱାମୀ ମହମ୍ମଦ ସାମିଙ୍କ ନାମରେ ନିର୍ଯାତନା, ହତ୍ୟା ଧମକ ସହିତ ଏକାଧିକ ଅଭିଯୋଗ ଆଣିଥିବା ହସିନ୍ ଜାହାଁ ମଧ୍ୟ ତାଙ୍କ ଖେଳ ଜୀବନକୁ ନଷ୍ଟ କରିଦେବା ଭଳି ମ୍ୟାଚ୍ ଫିକ୍ସିଂ ଅଭିଯୋଗ ଆଣିଥିଲେ। ରବିବାର କିନ୍ତୁ ବିସିସିଆଇର ଦୁର୍ନୀତି ନିବାରଣ ୟୁନିଟ୍ (ଏସିୟୁ)ର ଏକ ୪ ଜଣିଆ ପ୍ରତିନିଧି ଦଳ ଏ ସମ୍ପର୍କରେ ହସିନଙ୍କୁ ଦିନ ତମାମ ପଚରା ଉଚରା କରିଛନ୍ତି। କୋଲ୍କାତାର ଲାଲ ବଜାରସ୍ଥିତ ପୁଲିସ୍ ସଦର ମହକୁମାରେ ହସିନ ଜାହାଁ ଅଧିକାଂଶ ସମୟ ବିତାଇଛନ୍ତି ବୋଲି ସୂଚନା ଦେଇଛନ୍ତି ତାଙ୍କ ଓକିଲ ଜାକିର୍ ହୁସେନ୍। ଜାକିର୍ ନିଜେ ଉପସ୍ଥିତ ନ ଥିବା କଥା ସ୍ୱୀକାର କରିଛନ୍ତି ଏବଂ ଅଧିକ ତଥ୍ୟ ଦେବାକୁ ମନା କରିଛନ୍ତି। ପୂର୍ବରୁ ହସିନ୍ ବିସିସିଆଇ ଦାୟିତ୍ୱରେ ଥିବା କ୍ରିକେଟ୍ ପ୍ରଶାସନିକ ସମିତି (ସିଓଏ)କୁ ତଥ୍ୟ ପ୍ରମାଣ ଦେଇ ସାମି ମ୍ୟାଚ୍ ଫିକ୍ସିଂରେ ସମ୍ପୃକ୍ତ ଥିବା କଥା ଜଣାଇଥିଲେ। ଦୁବାଇରେ ଜଣେ ପାକିସ୍ତାନୀ ଝିଅ ଆଲିସ୍ବା ଜରିଆରେ ବ୍ରିଟେନ୍ର ମହମ୍ମଦ ଭାଇଙ୍କଠାରୁ ଅର୍ଥ ନେଇଥିବା ଜଣାଇଥିଲେ। ପୂର୍ବରୁ ମଧ୍ୟ ହସିନଙ୍କୁ ଘରୋଇ ନିର୍ଯାତନା ପରେ ସାମିଙ୍କୁ ବିସିସିଆଇର ୨୬ ଜଣିଆ ଚୁକ୍ତିରୁ ବାଦ୍ ଦିଆଯାଇଥିଲା। ଆଲିସ୍ବା ଓ ମହମ୍ମଦ ଭାଇଙ୍କୁ ଚିହ୍ନଟ କରିବା, ସେମାନଙ୍କ ମଧ୍ୟରେ ଅର୍ଥ ଦେଣ ନେଣ ହୋଇଛି କି ନାଁ ଏବଂ ଏହାର ଉଦ୍ଦେଶ୍ୟ ସମ୍ପର୍କରେ ଜେରା କରିବାକୁ ଏସିୟୁ ପ୍ରତିନିଧି କୋଲ୍କାତାରେ ହସିନଙ୍କୁ ଭେଟିଥିବା ପ୍ରକାଶ।
ହସିନଙ୍କୁ ଭେଟିଲେ ଏସିୟୁ ପ୍ରତିନିଧି
/sambad/media/post_attachments/wp-content/uploads/2018/03/Hasin-jahan-wife-of-the-Indian-pacer-Mohammed-Shami-during-a-press-cnference-at-home-in-jadavpur-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)