ରଣଜୀ ଫାଇନାଲରେ ୪୪ ବର୍ଷ ପରେ ଏଭଳି ପ୍ରଥମ ଘଟଣା, ବିଦର୍ଭର ରଜନୀଶଙ୍କ ହ୍ୟାଟ୍ରିକ

ନାଗପୁର: ସେମିଫାଇନାଲରେ ବିଦର୍ଭର ବିଜୟ ହିରୋ ପାଲଟିଥିବା ରଜନୀଶ ଗୁରବାନୀ ରଣଜୀ ଫାଇନାଲରେ ଚମକ ପ୍ରଦର୍ଶନ କରିଛନ୍ତି। ଦିଲ୍ଲୀ ବିରୋଧରେ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳା ଯାଉଥିବା ଫାଇନାଲର ୨ୟ ଦିନ ୨୪ ବର୍ଷିଅ ଯୁବକ ରଜନୀଶ ହ୍ୟାଟ୍ରିକ ଓ୍ଵିକେଟ ନେଇଛନ୍ତି। ଡାହଣହାତି ବୋଲର ମଧ୍ୟମ ଦ୍ରୁତ ବୋଲର ରଜନୀଶ ନିଜର ହ୍ୟାଟ୍ରିକ ବଳରେ ଦିଲ୍ଲୀକୁ ପ୍ରଥମ ପାଳିରେ ୨୯୫ରନ୍‌ରେ ଆଉଟ କରିଛନ୍ତି।

ରଣଜୀ ଟ୍ରଫିର ଇତିହାସରେ ଏହା ହେଉଛି ୭୬ତମ ହ୍ୟାଟ୍ରିକ କିନ୍ତୁ ଫାଇନାଲର ଏହା ହେଉଛି ଦ୍ୱିତୀୟ ଘଟଣା। ଏହା ପୂର୍ବର୍ରୁ ୧୯୭୩ରେ ଗୁଜରାଟର ବି କଲ୍ୟାଣ ସୁନ୍ଦରମ ମୁମ୍ବାଇ ବିରୋଧରେ ରଣଜୀ ଫାଇନାଲରେ ହ୍ୟାଟ୍ରିକ ନେଇଥିଲେ। ସମୁଠାରୁ ମଜା କଥା ଯେ, ରଜନୀଶ ମଧ୍ୟ ଡାହାଣହାତି ମଧ୍ୟମ ଦ୍ରୁତ ବୋଲର।

ଖୁସିର କଥା…

ରଜନୀଶଙ୍କ ଏହି ହ୍ୟାଟ୍ରିକ ଗୋଟିଏ ଓଭରରେ ହୋଇ ନାହିଁ, ଏହା ୨ଟି ଓଭରରେ ହୋଇଛି। ସେ ୩ଟି ଯାକ ବଲରେ ସେ ୩ଜଣଙ୍କୁ ବୋଲଡ୍‌ କରିଛନ୍ତି। ଚଳିତ ରଣଜୀ ବର୍ଷ ୨୦୧୭-୧୮ରେ ଏହା ହେଉଛି ୨ୟ ହ୍ୟାଟ୍ରିକ। କର୍ଣ୍ଣାଟକର ଦ୍ରୁତ ବୋଲର ବିନୟ କୁମାର କ୍ୱାର୍ଟର ଫାଇନାଲରେ ମୁମ୍ବାଇ ବିପକ୍ଷରେ ହ୍ୟାଟ୍ରିକ ନେଇଥିଲେ। ଖୁସିର କଥା ଯେ, ସେ ମଧ୍ୟ ୨ଟି ଓଭରରେ ନିଜର ୨ଟି ହ୍ୟାଟ୍ରିକ ନେଇଥିଲେ।

ରଜନୀଶ ମ୍ୟାଚର ୧୦୧ତମ ଓଭରରେ ୫ମ ଓ ଶେଷ ବଲରେ ଓ୍ଵିକେଟ ନେଇଥିଲେ। ସେହିପରି ସେ ୧୦୩ତମ ଓଭରର ପ୍ରଥମ ବଲରେ ଓ୍ଵିକେଟ ନେଇ ଏହି ରେକର୍ଡ ସ୍ଥାପନ କରିଛନ୍ତି। ୧୦୧ତମ ଓଭରର ୫ମ ବଲରେ ଦିଲ୍ଲୀର ବିକାଶ ମିଶ୍ର(୭)କୁ ବୋଲଡ୍‌ କରିବା ପରେ ଶେଷ ବଲରେ ଏନଏ ସୈନୀ(୦)ଙ୍କୁ ପାଭଲିୟନ ଫେରାଇବା ପରେ ୧୦୩ତମ ଓଭରର ପ୍ରଥମ ବଲରେ ଶତକୀୟ ରନ ଖେଳିଥିବା ଧ୍ରୁବ ଶୋରେ(୧୪୫) ବୋଲଡ କରି ହ୍ୟାଟ୍ରିକ ପୂରା କରିଥିଲେ।

ବିଦର୍ଭ ତରଫରୁ ହ୍ୟାଟ୍ରିକ ନେଇଥିବା ବୋଲର
୧.ପ୍ରୀତମ ଗାନ୍ଧେ(୨ଥର) ୧୯୯୩-୯୪ ଓ ୨୦୦୮-୦୯
୨.ଉମେଶ ଯାଦବ ୨୦୧୫-୧୬
୩.ରଜନୀଶ ଗୁରବାନୀ ୨୦୧୭-୧୮

ସମ୍ବନ୍ଧିତ ଖବର