ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପତ୍ନୀ ସାକ୍ଷୀ ଧୋନୀ ସବୁ ବେଳେ ନିଜ ବିଷୟରେ ଖବର ନିଜ ପ୍ରଶଂସକଙ୍କ ସହ ସେୟାର କରିଥାନ୍ତି । କୁଆଡ଼େ ଯାଉଛନ୍ତି କେଉଁଠି ଅଛନ୍ତି ସେ ସବୁ ବିଷୟରେ ସେ ନିଜ ସୋସିଆଲ ମିହିଆ ଆକାଉଣ୍ଟ ମାଧ୍ୟମରେ ସମସ୍ତଙ୍କୁ ଜଣାଇଥାନ୍ତି। କିନ୍ତୁ ତାଙ୍କୁ ଏପରି କରିବା ଏବେ ମହଙ୍ଗା ପଡ଼ିଛି । ଇନ୍ଷ୍ଟାଗ୍ରାମ୍ରେ ସେ ନିଜର ଏକ ଫଟୋ ପୋଷ୍ଟ କରିଥିବା ବେଳେ ତାଙ୍କ ଫଟୋକୁ ନେଇ ଅନେକ ତାଙ୍କୁ ଟ୍ରୋଲ କରିଥିବା ଦେଖାଯାଇଛି ।
ଫଟୋରେ ସେ ପିନ୍ଧିଥିବା ପୋଷାକକୁ ନେଇ ଅନେକ ଇନ୍ଷ୍ଟା ବ୍ୟବହାରକାରୀ ତାଙ୍କ ଫଟୋ ଉପରେ ଖରାପ ମନ୍ତବ୍ୟ ରଖିଥିବା ବେଳେ ସେମାନଙ୍କୁ ଉଚିତ୍ ଜବାବ ଦେଇଛନ୍ତି ସାକ୍ଷୀଙ୍କ ପ୍ରଶଂସକ । ସାକ୍ଷୀ ପୋଷ୍ଟ କରିଥିବା ଫଟୋକୁ ନେଇ ତାଙ୍କ ପ୍ରଶଂସକମାନେ ଦେଇଥିବା ଭଲ ପାଇବା ଟ୍ରୋଲ କରିଥିବା ବ୍ୟକ୍ତିଙ୍କ ମୁହଁ ବନ୍ଦ କରିପାରିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/708262-sakshi-dhoni.jpg)