୨୦୦ ଟେଷ୍ଟ୍‌ ୱିକେଟ୍‌ରେ ଥମ୍ପ୍‌ସନ୍‌ଙ୍କୁ ଟପିଲେ ହାଜେଲଉଡ୍‌

ଆଡିଲେଡ୍‌: ଏଠାରେ ଚାଲିଥିବା ପ୍ରଥମ ଟେଷ୍ଟ୍‌ର ତୃତୀୟ ଦିବସରେ ଭାରତ ପାଇଁ ଘାତକ ସାବ୍ୟସ୍ତ ହୋଇଥିବା ଅଷ୍ଟ୍ରେଲିଆ ଦ୍ରୁତ ବୋଲର ଜୋସ୍‌ ହାଜେଲଉଡ୍ ୱିକେଟ୍‌ ଦଖଲ ତାଲିକାରେ ପୂର୍ବତନ ମହାନ୍‌ ଦ୍ରୁତ ବୋଲର ଜେଫ୍‌ ଥମ୍ପ୍‌ସନ୍‌ଙ୍କୁ ଟପି ଯାଇଛନ୍ତି। ଭାରତ ବିପକ୍ଷ ଗୋଲାପି ବଲ୍‌ ଟେଷ୍ଟ୍‌ର ପ୍ରଥମ ପାଳିରେ ଗୋଟିଏ ଏବଂ ଦ୍ବିତୀୟ ପାଳିରେ ୫ ୱିକେଟ୍‌ ସଫଳତା ହାସଲ କରିବା ଅବସରରେ ହାଜ୍‌ଲେଉଡ୍‌ ମୋଟ ୨୦୦ ଟେଷ୍ଟ୍‌ ୱିକେଟ୍‌ ପୂରଣ କରିଥିଲେ।

ଏହି ଟେଷ୍ଟ୍‌ରେ ମୋଟ ୬ ୱିକେଟ୍‌ ଦଖଲ କରିବା ପରେ ଏହିକ୍ରମରେ ସେ ଥମ୍ପ୍‌ସନ୍‌ଙ୍କୁ ଟପି ଅଷ୍ଟ୍ରେଲିଆର ସର୍ବାଧିକ ୱିକେଟ୍‌ ଦଖଲକାରୀ ତାଲିକାରେ ଅଷ୍ଟାଦଶ ବୋଲର ହୋଇଥିଲେ। ଆଡିଲେଡ୍‌ର ୫ ୱିକେଟ୍‌ ସଫଳତା ବଳରେ ହାଜେଲଉଡ୍ ତାଙ୍କ ମୋଟ ଟେଷ୍ଟ୍‌ ୱିକେଟ୍‌ ସଂଖ୍ୟାକୁ ୨୦୧ରେ ପହଞ୍ଚାଇଥିଲେ। ଫଳରେ ସେ ଥମ୍ପ୍‌ସନ୍‌ଙ୍କୁ ଅତିକ୍ରମ କରି ଏବେ ସର୍ବାଧିକ ୱିକେଟ୍‌ ଅକ୍ତିଆର କରିବାରେ ଅଷ୍ଟ୍ରେଲିଆର ସପ୍ତଦଶ ବୋଲର ହୋଇଛନ୍ତି। ଥମ୍ପ୍‌ସନ୍‌ ତାଙ୍କ ଟେଷ୍ଟ୍‌ ଜୀବନ ମଧ୍ୟରେ ୫୧ ମ୍ୟାଚ୍‌ ଓ ୭୩ ପାଳି ଖେଳି ୨୦୦ ୱିକେଟ୍‌ ଦଖଲ କରିଥିଲା ବେଳେ ହାଜେଲଉଡ୍ ୫୧ ମ୍ୟାଚ୍‌ ଓ ୬୨ ପାଳିରେ ଥମ୍ପ୍‌ସନ୍‌ଙ୍କୁ ଟପିବାର ଗୌରବ ବହନ କରିଛନ୍ତି।

ସମ୍ବନ୍ଧିତ ଖବର