ମୁମ୍ବାଇ: ଦିନକ ପରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ଆରମ୍ଭ ହେବାକୁ ଯାଉଥିବାବେଳେ ଅଷ୍ଟ୍ରେଲିଆ ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ପ୍ୟାଟ୍ କମିନ୍ସଙ୍କ ଅନୁପସ୍ଥିତିରେ ଦଳର ଦ୍ରୁତ ବୋଲିଂ ଭାର ସମ୍ଭାଳିବାକୁ ଥିବା ଜୋସ୍ ହେଜେଲଉଡ୍ ଆହତଜନିତ କାରଣରୁ ସମଗ୍ର ପ୍ରତିଯୋଗିତାରୁ ବାଦ୍‌ ପଡ଼ିଛନ୍ତି।

Advertisment

ଜଙ୍ଗରେ ଯନ୍ତ୍ରଣା କାରଣରୁ ବିଗତ କିଛି ସପ୍ତାହ ହେଲା ହେଜେଲଉଡ୍ ପଡ଼ିଆରୁ ଦୂରେଇ ରହିଥିଲେ। ତେବେ ସେ ବିଶ୍ବକପ୍‌ ସୁପର-୮ ପୂର୍ବରୁ ସେ ସୁସ୍ଥ ହୋଇଯିବେ ବୋଲି ଦଳ ଆଶା କରି ତାଙ୍କୁ ସାମିଲ କରାଯାଇଥିଲା। କିନ୍ତୁ ସେ ସୁପର-୮ ସୁଦ୍ଧା ଫିଟ୍‌ ହେବା ନେଇ ସଂଦେହ ଦେଖାଯିବାରୁ ତାଙ୍କୁ ଦଳରୁ ବାଦ ଦିଆଯାଇଛି। ଅଷ୍ଟ୍ରେଲିଆ ଦଳର ପ୍ରଶିକ୍ଷକ ଟୋନି ଡୋଡମାଇଡ୍ କହିଛନ୍ତି ଯେ ହେଜେଲଉଡ୍‌ ସୁପର-୮ ପୂର୍ବରୁ ସୁସ୍ଥ ହୋଇଯିବା ନେଇ ଦଳ ପରିଚାଳନା ଆଶାବାଦୀ ଥିଲା। କିନ୍ତୁ ଏବେ ମିଳୁଥିବା ସଂକେତ ସ୍ପଷ୍ଟ କରୁଛି ଯେ ସେ ସଂପୂର୍ଣ୍ଣ ଫିଟ୍‌ ହେବା ପାଇଁ ଆଉ କିଛି ଦିନ ଲାଗିବ। ତାପୂର୍ବରୁ ତାଙ୍କୁ ଖେଳାଇଲେ ଲାଭ ତୁଳନାରେ କ୍ଷତି ଅଧିକ ହେବ।

ଘୋଷଣା ହେବ ବିକଳ୍ପ ଖେଳାଳୀଙ୍କ ନାମ 

ହେଜେଲଉଡ୍ ବାଦ ପଡ଼ିବା ସତ୍ତ୍ବେ ଅଷ୍ଟ୍ରେଲିଆ ଦଳ ପରିଚାଳନା ପକ୍ଷରୁ ତୁରନ୍ତ ଜଣେ ବିକଳ୍ପ ଖେଳାଳିଙ୍କ ନାମ ଘୋଷଣା କରାଯିବ ନାହିଁ। ବିଶ୍ବକପ ଆରମ୍ଭ ହେବା ପରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିକଳ୍ପ ଖେଳାଳିଙ୍କୁ ବଛାଯିବ।
ଆହତ ଜନିତ କାରଣରୁ ପ୍ରମୁଖ ଦ୍ରୁତ ବୋଲର ପ୍ୟାଟ କମିନ୍ସ ଅଷ୍ଟ୍ରେଲିଆର ବିଶ୍ବକପ୍ ଦଳରେ ସାମିଲ ହୋଇନାହାନ୍ତି।

ଆହୁରି ପଢନ୍ତୁ - India Aircraft Mechanical Faults : ୫୦% ବିମାନରେ ବାରମ୍ବାର ଖରାପ ହେବା ପରି ତ୍ରୁଟି ,ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ଏୟରେଲାଇନ୍ସ ତାଲିକା ଶୀର୍ଷରେ