ବିଶ୍ବ କନିଷ୍ଠ ହକି ବିଶ୍ବକପ୍‌ର ବୈଷୟିକ ଅଧିକାରୀ

ଭୁବନେଶ୍ବର: ଭାରତରେ ଚଳିତବର୍ଷ ନଭେମ୍ବର ୨୪ରୁ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏଫ୍‌ଆଇଏଚ୍ କନିଷ୍ଠ ହକି ବିଶ୍ବକପ୍‌ରେ ଓଡ଼ିଶାର ବିଶ୍ବ ରଞ୍ଜନ ଷଡ଼ଙ୍ଗୀ ବୈଷୟିକ ଅଧିକାରୀ ଦାୟିତ୍ବ ତୁଲାଇବେ। ବୁଧବାର ଏଫ୍‌ଆଇଏଚ୍ ଘୋଷଣା କରିଥିବା ଅମ୍ପାୟାର, ବୈଷୟିକ ଅଧିକାରୀ, ବୈଷୟିକ ପ୍ରତିନିଧି, ସ୍ବାସ୍ଥ୍ୟ ଅଧିକାରୀ ଓ ଅମ୍ପାୟାର ପ୍ରବନ୍ଧକ ତାଲିକାରେ କିନ୍ତୁ ୩ ଜଣ ଭାରତୀୟ ସ୍ଥାନ ପାଇଛନ୍ତି। ପ୍ରଥମ ଭାରତୀୟ ଭାବେ ଟୋକିଓ ଅଲିମ୍ପିକ୍ସ ପାଇଁ ଏଫ୍‌ଆଇଏଚ୍‌ର ସ୍ବାସ୍ଥ୍ୟ ଅଧିକାରୀ ନିଯୁକ୍ତ ହୋଇଥିବା ଓଡ଼ିଆ ପୁଅ ବିଭୂ କଲ୍ୟାଣ ନାୟକ ବିଶ୍ବକପ୍‌ର ଏହି ସଂସ୍କରଣରେ ମଧ୍ୟ ସ୍ବାସ୍ଥ୍ୟ ଅଧିକାରୀ ଦାୟିତ୍ବ ତୁଲାଇବେ। ସେହିଭଳି ଭାରତର ଦୀପକ ଯୋଶୀ ଅମ୍ପାୟାର ଦାୟିତ୍ବରେ ରହିବେ। ସୂଚନାଯୋଗ୍ୟ ଯେ ଅତୀତରେ ବିଶ୍ବ ବହୁ ଅନ୍ତଜାତୀୟ ହକି ପ୍ରତିଯୋଗିତାରେ ସଫଳତାର ସହ ବୈଷୟିକ ଅଧିକାରୀ ଦାୟିତ୍ବରେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି।

ସମ୍ବନ୍ଧିତ ଖବର