ସାମି ନିଜକୁ ଜଣେ ବଡ଼ କ୍ରିକେଟ ତାରକା ବୋଲି ଭାବନ୍ତି: ପତ୍ନୀ ହାସିନ୍‌

ନୂଆଦିଲ୍ଲୀ: କ୍ରିକେଟ୍‌ ତାରକା ମହମ୍ମଦ ସାମିଙ୍କ ନାମରେ ଗିରଫ ପରଓ୍ଵାନା ଜାରି ହେବା ପରେ ନ୍ୟାୟିକ ପ୍ରକ୍ରିୟାକୁ ଧନ୍ୟବାଦ ଦେଇଛନ୍ତି ତାଙ୍କର ଅଭିଯୋଗକାରୀ ପତ୍ନୀ ହାସିନ ଯାହାଁ। ଗତ ବର୍ଷ ପତ୍ନୀ ହାସିନ ସାମିଙ୍କ ନାମରେ ଘରୋଇ ହିଂସା ଅଭିଯୋଗ ଆଣିଥିଲେ। ସାମିଙ୍କୁ ୧୫ ଦିନ ମଧ୍ୟରେ ଆତ୍ମ ସମର୍ପଣ କରିବା ପାଇଁ କୋଲକାତାର ଆଲିପୁର ଅଦାଲତ ସମୟ ଦେଇଥିବା ସୂଚନା ରହିଛି।

ହାସିନ ତାଙ୍କର ଖୁସି ବ୍ୟକ୍ତ କରି କହିଛନ୍ତି, ‘ମୁଁ ନ୍ୟାୟିକ ପ୍ରଣାଳୀକୁ ଧନ୍ୟବାଦ ଅର୍ପଣ କରୁଛି। ମୁଁ ବର୍ଷେରୁ ଊର୍ଧ୍ୱ ଦିନ ହେବ ନ୍ୟାୟ ପାଇଁ ଲଢ଼େଇ କରୁଥିଲି। ଆପଣମାନେ ସମସ୍ତେ ଜାଣନ୍ତି କି ସାମି ନିଜକୁ ଖୁବ୍‌ ଶକ୍ତିଶାଳୀ ଭାବନ୍ତି। କେବଳ ସେତିକି ନୁହେଁ, ସେ ନିଜକୁ ବିରାଟ ବଡ଼ କ୍ରିକେଟର୍‌ ବୋଲି ଭାବନ୍ତି।’

shekhawati sikar daily latest hindi news

ଅଦାଲତ ସାମିଙ୍କ ସମେତ ତାଙ୍କ ଭାଇ ହସିଦ ଅହମ୍ମଦଙ୍କ ନାମରେ ବି ଗିରଫ ପରଓ୍ଵାନା ଜାରି ହୋଇଛି ଉଲ୍ଲେଖଯୋଗ୍ୟ, ଗତ ବର୍ଷ ସାମିଙ୍କ ପତ୍ନୀ ତାଙ୍କ ନାମରେ ଘରୋଇ ହିଂସାର ଅଭିଯୋଗ ଆଣିବା ସହ ତାଙ୍କ ସ୍ୱାମୀ ଅନେକ ମହିଳାଙ୍କ ସହ ସଂପର୍କରେ ଅଛନ୍ତି ବୋଲି ବି ଅଭିଯୋଗ ଆଣିଥିଲେ। ଖାଲି ସେତିକି ନୁହେଁ, ସେ ସୋସିଆଲ୍‌ ମିଡିଆରେ ତାଙ୍କ ସ୍ୱାମୀ ଜଣେ ଝିଅଙ୍କ ସହ ପ୍ରେମାଳାପ କରୁଥିବା ଚାଟବକ୍ସର ସ୍କ୍ରିନ୍‌ସଟ୍‌ ବି ସେୟାର୍‌ କରିଥିଲେ।

ସମ୍ବନ୍ଧିତ ଖବର