ଟୋକିଓ ପାରାଲିମ୍ପିକ୍ସରେ ମ୍ୟାଚ୍‌ ପରିଚାଳନା କରିବେ ଜୀବନ

କଟକ: ଓଡ଼ିଶାର ବ୍ଲୁ ବ୍ୟାଜ୍‌ ଆନ୍ତର୍ଜାତିକ ଅମ୍ପାୟାର ଜୀବନ ବଲ୍ଲଭ ସାମଲ ଟୋକିଓ ପାରା ଅଲିମ୍ପିକ୍ସରେ ମ୍ୟାଚ୍‌ ପରିଚାଳନା କରିବାକୁ ଭାରତୀୟ ଟେବୁଲ ଟେନିସ ମହାସ˚ଘ ପକ୍ଷରୁ ମନୋନୀତ ହୋଇଛନ୍ତି। ଅଗଷ୍ଟ ୨୪ରୁ ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଚାଲିବ। ଜୀବନ ଭାରତରୁ ଏକମାତ୍ର ଅମ୍ପାୟାର ଭାବେ ପାରାଲିମ୍ପିକ୍ସରେ ମ୍ୟାଚ୍‌ ପରିଚାଳନା କରିବାକୁ ବଛା ହୋଇଛନ୍ତି। ଏଥିପୂର୍ବରୁ ସେ ନୂଆଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ା, ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ ପ୍ରତିଯୋଗିତା, ବିଶ୍ବ ଟେବୁଲ ଟେନିସ ପ୍ରତିଯୋଗିତା ଭଳି ଆନ୍ତର୍ଜାତିକ ପ୍ରତିଯୋଗିତାରେ ମ୍ୟାଚ୍‌ ପରିଚାଳନା କରି ସୁନାମ ଅର୍ଜନ କରିଛନ୍ତି। ବର୍ତ୍ତମାନ ଜୀବନ ଭାରତୀୟ ଡାକ ବିଭାଗର କଟକସ୍ଥିତ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଛନ୍ତି। ଜୀବନଙ୍କ ପାରାଲିମ୍ପିକ୍ସ ନିଯୁକ୍ତି ପାଇଁ ଓଡ଼ିଶା ଟେବୁଲ ଟେନିସ୍‌ ସ˚ଘ ପକ୍ଷରୁ ସମ୍ପାଦକ ରବୀନ୍ଦ୍ର କୁମାର ପରିଡ଼ା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର