କଟକ: ଓସିଏ ଦ୍ବାରା ପରିଚାଳିତ ୧୯ ବର୍ଷରୁ କମ୍ ଅନ୍ତଃଜିଲ୍ଲା କ୍ରିକେଟ୍ ସୁପରଲିଗ୍ ପର୍ଯ୍ୟାୟରେ ମଙ୍ଗଳବାର ରାଉରକେଲା, ରେଷ୍ଟ୍ ଅଫ୍ ଓଡ଼ିଶା ଏ’, ରେଷ୍ଟ ଅଫ୍ ଓଡ଼ିଶା ବି’ ଓ ଭୁବନେଶ୍ବର ବି’ ଦଳ ବିଜୟୀ ହୋଇଛନ୍ତି। ସନସାଇନ୍ ପଡ଼ିଆରେ ରାଉରକେଲା ୬୫ ରନ୍ରେ ଭଦ୍ରକକୁ ହରାଇଛି। ଟସ୍ ହାରିଥିବା ରାଉରକେଲା ୯ ୱିକେଟ୍ ହରାଇ ୨୫୫ ରନ୍ କରିଥିଲା ବେଳେ ଭଦ୍ରକ ୮ ୱିକେଟ୍ ବିନିମୟରେ ୧୯୦ ରନ୍ କରିବାକୁ ସମର୍ଥ ହୋଇଥିଲା। ବାରବାଟୀ ଷ୍ଟାଡିୟମରେ ରେଷ୍ଟ୍ ଅଫ୍ ଓଡ଼ିଶା-ଏ’ ୮ ରନ୍ରେ ଓଡ଼ିଶା-ଡି’କୁ ହରାଇଛି। ଓଡ଼ିଶା-ଏ’ ୬ ୱିକେଟ୍ ହରାଇ ୨୬୦ ରନ୍ କରିଥିଲା। ହେମନ୍ତ ରଥୀ ୧୪୨ ବଲ୍ରୁ ୧୨୧ ରନ୍ କରିଥିଲେ। ଜବାବରେ ଓଡ଼ିଶା-ଡି’ ୭ ୱିକେଟ୍ ହରାଇ ୨୫୨ ରନ୍ କରିପାରିଥିଲା। ଏମ୍ଜିଏମ୍ ସ୍ପୋର୍ଟସ ଗ୍ରାଉଣ୍ଡ୍ରେ ଭୁବନେଶ୍ବର-ବି’ ୮ ୱିକେଟ୍ରେ ସମ୍ବଲପୁରକୁ ହରାଇଛି। ସମ୍ବଲପୁର ପକ୍ଷରୁ ଧାର୍ଯ୍ୟ ୧୫୦ ରନ୍ର ଲକ୍ଷ୍ୟକୁ ଭୁବନେଶ୍ବର-ବି’ ୩୫.୨ ଓଭରରେ ୨ ୱିକେଟ୍ ହରାଇ ହାସଲ କରିଥିଲା। ଡ୍ରିମ୍ସ ଗ୍ରାଉଣ୍ଡ୍ରେ ଓଡ଼ିଶା-ବି’ ୭ ୱିକେଟରେ ଓଡ଼ିଶା-ସି’କୁ ହରାଇଛି। ଓଡ଼ିଶା-ସି’ ୩ ୱିକେଟ୍ ବିନିମୟରେ ୨୨୪ ରନ୍ କରିଥିଲା ବେଳେ ଓଡ଼ିଶା-ବି’ ୪୮.୧ ଓଭରରେ ୩ ୱିକେଟ୍ ହରାଇ ବିଜୟୀ ହୋଇଥିଲା। ଓଡ଼ିଶା-ବି’ର ଦୀପକ ଯାଦବ ୭୩ ବଲ୍ରୁ ୧୦୫ ରନ୍ ସଂଗ୍ରହ କରିଥିଲେ।
୧୯ ବର୍ଷରୁ କମ୍ ଅନ୍ତଃଜିଲ୍ଲା ସୁପରଲିଗ୍: ହେମନ୍ତ, ଦୀପକଙ୍କ ଶତକ
ରାଉରକେଲା, ରେଷ୍ଟ୍ ଅଫ୍ ଓଡ଼ିଶା ଏ’, ଓଡ଼ିଶା ବି’, ଭୁବନେଶ୍ବର ବି’ ବିଜୟୀ
/sambad/media/post_attachments/wp-content/uploads/2023/02/5f4h65h4fs654f6hfhs.jpg)