ଦକ୍ଷିଣ ଆଫ୍ରିକାରେ ହେମନ୍ତଙ୍କ ଅଲଟ୍ରା ମାରାଥନ ବିଜୟ

ଭୁବନେଶ୍ବର: ବୟସ ଯେ ଏକ ସଂଖ୍ୟା ଏହାକୁ ପୁଣି ଥରେ ପ୍ରମାଣିତ କରିଛନ୍ତି ଓଡ଼ିଶାର ହେମନ୍ତ ପତି। ଅବସରପ୍ରାପ୍ତ ଏହି ବୀମା କର୍ମଚାରୀ ଦକ୍ଷିଣ ଆଫ୍ରିକାର ବିପଜ୍ଜନକ ଅଲଟ୍ରାମାରାଥନ୍‌ ରୁଟ୍‌ ଅତିକ୍ରମ କରିବାରେ ସକ୍ଷମ ‌ହୋଇଛନ୍ତି। ୫୯ ବର୍ଷୀୟ ହେମନ୍ତ ୯୦ କିଲୋମିଟର୍‌ ବିଶିଷ୍ଟ ଏହି ପଥକୁ ୧୦ ଘଣ୍ଟା ୩୮ ମିନିଟ୍‌ରେ ଅତିକ୍ରମ କରିଥିଲେ। କ‌ମ୍ରେଡ୍‌ ମାରାଥନ ନାମରେ ପରିଚିତ ଏହି ପ୍ରତିଯୋଗିତାର ୯୫ତମ ସଂସ୍କରଣ‌ର ବ୍ରୋଞ୍ଜ୍‌ ବର୍ଗରେ ହେମନ୍ତ ଭାଗ ନେଇଥିଲେ। ପିଟରମାରିଜବର୍ଗଠାରୁ ଡର୍ବାନ ପର୍ଯ୍ୟନ୍ତ ବ୍ୟାପ୍ତ ଥିଲା। ଅଲଟିମେଟ୍‌ ହ୍ୟୁମାନ୍ ରେସ୍‌ ଭାବେ ପରିଚିତ ଏହି ପ୍ରତିଯୋଗିତା ୨୦୨୦ରେ ହେବାକୁ ଥିଲେ ମଧ୍ୟ କୋଭିଡ୍‌ ପାଇଁ ସ୍ଥଗିତ ଥିଲା।

ଚଳିତ ବର୍ଷ ଅଗଷ୍ଟ ୨୮ ତାରିଖରେ ଏହା ସଫଳତାର ସହ ସମ୍ପନ୍ନ ହୋଇଥିଲା। ପିଲାଦିନୁ ଖେଳ କୁଦରେ ଜଡିତ ହେମନ୍ତ ୨୦୧୫ରେ ୫୧ ବର୍ଷ ବୟସରେ ମୁମ୍ବାଇ ମାରାଥନ୍‌ରେ ଅଂଶଗ୍ରହଣ କରି ଏହି ଖେଳକୁ ଆସିଥି‌ଲେ। ଇତି ମଧ୍ୟରେ ୭୫ଟି ହାଫ୍ ମାରାଥନ୍‌, ୨୫ ଫୁଲ୍ ମାରାଥନ୍‌, ୩ଟି ୧୦୦ କିଲୋମିଟର୍‌ ରେସ୍‌, ୩ଟି ୫୦ କିଲୋମିଟର ଦୌଡ଼ରେ ସଫଳତା ଅର୍ଜନ କରିସାରିଛନ୍ତି। ଥରେ ୧୨ ଘଣ୍ଟା ଷ୍ଟାଡିୟମ୍‌ ରନ୍‌ ମଧ୍ୟ କରିଛନ୍ତି। ୨୦୧୭ରେ ୭୫ କିଲୋମିଟର୍‌ ବିଶିଷ୍ଟ ସମ୍ମାଜନକ ପୁଣେ ଅଲଟ୍ରାମାରାଥନ୍‌ରେ ଦ୍ବିତୀୟ ସ୍ଥାନ ଦଖଲ କରିବା ଥିଲା ତାଙ୍କ ଖେଳ ଜୀବନର ଅନ୍ୟତମ ଶ୍ରେଷ୍ଠ ମୁହୂର୍ତ। ଏହି ପ୍ରଥମ ଅଭିଜ୍ଞତାକୁ ସେ ଏକ ପୁସ୍ତକ (ଏ ଗିଫ୍ଟ ଅଫ୍ର ପାସନ୍‌: ରାପ୍‌ଡ ଇନ୍ ରନ୍‌)ରେ ମଧ୍ୟ ଲେଖିଥିଲେ। ନିଜ ସଫଳତାର ସମସ୍ତ ଶ୍ରେୟକୁ ସେ ପରିବାରକୁ ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର