ଓଡ଼ିଶା ଏଫ୍‌ସି ସହ ହେଣ୍ଡ୍ରି, ସୌରଭଙ୍କ ଚୁକ୍ତି

ଭୁବନେଶ୍ବର: ଇଣ୍ଡିଆନ୍‌ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ସପ୍ତମ ସଂସ୍କରଣ ଲାଗି ଓଡ଼ିଶା ଏଫ୍‌ସି ‌‌ଶୁକ୍ରବାର ଦୁଇ ଜଣ ରକ୍ଷଣ ଭାଗ ଖେଳାଳି ହେଣ୍ଡ୍ରି ଆଣ୍ଟୋନି ଓ ସୌରଭ ମେହରଙ୍କ ସହ ଚୁକ୍ତି କରିଛି। ସେମାନେ ଗତ ଋତୁରେ ଇଣ୍ଡିଆନ୍‌ ଅରୋଜ ପକ୍ଷରୁ ଖେଳୁଥିଲେ ଏବଂ ପୂର୍ବରୁ ଚେନ୍ନାୟିନ୍‌ ଏଫ୍‌ସିର ସଦସ୍ୟ ମଧ୍ୟ ଥିଲେ। ୨୦ ବର୍ଷୀୟ ରାଇଟ୍‌ ବ୍ୟାକ୍‌ ଖେଳାଳି ହେଣ୍ଡ୍ରି ୨୦୧୭ ଫିଫା ୧୭ ବର୍ଷରୁ କମ୍‌ ବିଶ୍ବକପ୍‌ରେ ଭାରତୀୟ ଦଳର ସଦସ୍ୟ ଥିଲେ। ସେଣ୍ଟର ବ୍ୟାକ୍‌ ଖେଳାଳି ସୌରଭ ବୟସ ବର୍ଗୀୟ ପ୍ରତିଯୋଗିତାରେ ଭାରତରୁ ପ୍ରତିନିଧିତ୍ବ କରିଛନ୍ତି। ଏହା ପୂର୍ବରୁ ଗତ ବୁଧବାର ଏଡ଼ିଶା ଏଫ୍‌ସି ଜର୍ଜ ଡି’ସୁଜାଙ୍କୁ ଚୁକ୍ତିବଦ୍ଧ କରିଥିଲା।

ସମ୍ବନ୍ଧିତ ଖବର