ବେଙ୍ଗାଲୁରୁ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନର ଖେଳରେ ଟିମ୍ ଇଣ୍ଡିଆ ଧରାଶାୟୀ ହୋଇଛି। 
ନ୍ୟୁଜିଲ୍ୟାଣ୍ଡର ହେନେରୀ ଏବଂ ୱିଲିୟମଙ୍କ ଘାତକ ବୋଲିଂ ଆଗରେ ଟିମ୍ ଇଣ୍ହିଆର ୫ ଜଣ ବ୍ୟାଟ୍ସ ମ୍ୟାନ ଖାତା ନ ଖୋଲି ପାରି ପାଭିଲିୟନ ଫେରିଛନ୍ତି। ବର୍ଷା ଯୋଗୁ ପ୍ରଥମ ଦିନର ଖେଳ ବାତିଲ କରାଯାଇଥିଲା ।

Advertisment

ଦ୍ବିତୀୟ ଦିନର ଖେଳରେ ଏମ୍ ଚେନାସ୍ବାମୀ ଷ୍ଟାଡିୟମ୍‌ରେ ଜଣଙ୍କ ପରେ ଜଣେ ଭାରତୀୟ ବ୍ୟାଟ୍ସମ୍ୟାନ ପାଭିଲିୟନ ମୁହାଁ ହୋଇଥିଲେ। ୩୧.୨ ଓଭର ଟିମ୍ ଇଣ୍ଡିଆ ମାତ୍ର ୪୬ ରନ୍‌ରେ ୧୦ ୱିକେଟ ହରାଇଛି।

ନ୍ୟୁଜିଲ୍ୟାଣ୍ଡ ଦଳ ଚମତ୍କାର ବୋଲିଂ କରିଥିଲେ। ହେନେରୀ ଏବଂ ୱିଲିୟମ ଭାରତୀୟ ବ୍ୟାଟ୍ସମ୍ୟାନ୍‌ମାନଙ୍କୁ ମୁକ୍ତ ଭାବେ ଖେଳିବାର ସୁଯୋଗ ଦେଇ ନ ଥିଲେ। 

ଅଧିନାୟକ ରୋହିତ ଶର୍ମା ମାତ୍ର ୨ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ। ଏହା ପରେ ଖାତା ନ ଖୋଲି ବିରାଟ କୋହଲି ଆଉଟ୍ ହୋଇଥିଲେ।। ତାଙ୍କୁ ୱିଲିୟମ୍ ଓ’ରକେ ପାଭିଲିୟନ ଫେରାଇ ଦେଇଥିଲେ।

ସରଫରାଜ ଖାନ୍,କେଏଲ ରାହୁଲ, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ବିନୀ ଖାତା ନ‌ ଖୋଲି ପାଭିଲିୟନ ଫେରିଥିଲେ। 

୬ ଜଣ ବ୍ୟାଟ୍ସମ୍ୟାନ ରନ୍ ସ୍କୋର୍ କରିଥିବାବେଳେ ସେମାନଙ୍ ମଧ୍ୟରୁ କେବଳ ଯଶସ୍ୱୀ ଜୟସ୍ୱାଲ ଏବଂ ଋଷଭ ପନ୍ତ ଦୁଇ ଅଙ୍କ ଛୁଇଁ ପାରିଥିଲେ। ଉଭୟ ଯଥାକ୍ରମେ ୧୩ ଏବଂ ୨୦ ରନ୍ କରିଥିଲେ। ଅନ୍ୟ ୪ ବ୍ୟାଟ୍ସମ୍ୟାନ ଗୋଟିଏ ଅଙ୍କରେ ରହି ଯାଇଥିଲେ। 

ସେମାନଙ୍କ ମଧ୍ୟରେ ରୋହିତ ଶର୍ମା ୨, କୁଳଦୀପ ଯାଦବ ୨, ଯଶପ୍ରୀତ ବୁମରା ୧ ଏବଂ ମହମ୍ମଦ ସିରାଜ ଅପରାଜିତ ୪ ରନ୍ କରିଥିଲେ।

ଏହାପୂର୍ବରୁ ୧୯୭୯ରେ ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୭୫ରନ୍ ସଂଗ୍ରହ କରିଥିଲା। ଅଷ୍ଟ୍ରେଲିଆ ବିପକ୍ଷରେ ଟିମ୍ ଇଣ୍ଡିଆ ସର୍ବନିମ୍ନ ସ୍କୋର ୨୦୨୦ରେ କରିଥିଲା। ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ମାତ୍ର ୩୬ ରନ୍‌ ଆଡିଲେଡ୍ ମ୍ୟାଚ୍‌ରେ ଗାଭାସ୍କର-ବର୍ଡର ଟ୍ରଫିରେ କରିଥିଲା।