ଚେନ୍ନାଇ: ପ୍ରଥମ ସେମିଫାଇନାଲ ପ୍ରଥମ ଚରଣରେ ଶକ୍ତିଶାଳୀ ଗୋଆ ଏଫ୍ସିକୁ ୪-୧ ଗୋଲ୍ରେ ପରାସ୍ତ କରି ଚେନ୍ନାୟିନ୍ ଏଫ୍ସି ଚଳିତ ହିରୋ ଆଇଏସ୍ଏଲ୍ର ଫାଇନାଲରେ ଗୋଟିଏ ପାଦ ରଖି ଦେଇଛି। ଲିଗ୍ ପର୍ଯ୍ୟାୟରେ ଶୀର୍ଷରେ ରହି ସେମିଫାଇନାଲ୍ ଆସିଥିବା ଗୋଆ ଏଫ୍ସିକୁ ଏହି ପରାଜୟ ଶକ୍ତ ଝଟ୍କା ଦେଇଛି। ଜବାହରଲାଲ୍ ନେହେରୁ ଷ୍ଟାଡିୟମ୍ରେ ଶନିବାର ଖେଳାଯାଇଥିବା ଏହି ମ୍ୟାଚ୍ରେ ଘରୋଇ ଚେନ୍ନାୟିନ୍ ଏଫ୍ସି ପାଇଁ ଲୁସିଆ ଗୋଆଇଁ (୫୪ ମିନିଟ୍), ଅନିରୁଦ୍ଧ ଥାପ୍ପା (୬୧ ମିନିଟ୍), ଏଲି ସାବିଏ (୭୭ ମିନିଟ୍) ଏବଂ ଲାଲିଆଞ୍ଜୁଆଲା ଚାଙ୍ଗତେ (୭୯ ମିନିଟ୍) ଗୋଲ୍ ଦେଇଥିଲେ। ବଦଳ ଖେଳାଳିଭାବେ ଆସିଥିବା ସାଭିଓର୍ ଗାମା (୮୫ ମିନିଟ୍) ଗୋଆ ଏଫ୍ସି ପାଇଁ ଏକମାତ୍ର ସାନ୍ତ୍ବନାମୂଳକ ଗୋଲ ସ୍କୋର କରିଥିଲେ। ଚଳିତ ଋତୁରେ ମଧ୍ୟ ଗୋଆ ଏଫ୍ସି ନିଜର ସବୁଠୁ ଖରାପ ପରାଜୟ ବରଣ କରିଥିଲା। ଉଭୟ ଦଳ ମାର୍ଚ୍ଚ ୭ ତାରିଖରେ ଦ୍ବିତୀୟ ଚରଣରେ ମୁକାବିଲା ହେବା ପରେ ଫାଇନାଲିଷ୍ଟ୍ ନିର୍ଣ୍ଣୟ କରାଯିବ। ଅନ୍ୟପକ୍ଷରେ ଦ୍ବିତୀୟ ସେମିଫାଇନାଲ୍ର ପ୍ରଥମ ଚରଣ ମୁକାବିଲାରେ ରବିବାର ଏଟିକେ ସହିତ ବେଙ୍ଗାଲୁରୁ ଏଫସି ମୁକାବିଲା ବେଙ୍ଗାଲୁରୁର କାନ୍ତୀରବା ଷ୍ଟାଡିୟମ୍ରେ ଖେଳାଯିବ। ଏହି ଦଳ ମଧ୍ୟରେ ଦ୍ବିତୀୟ ଚରଣ ମୁକାବିଲା ମାର୍ଚ୍ଚ ୮ରେ କୋଲ୍କାତାର ଯୁବ ଭାରତୀ କ୍ରୀଡ଼ାଙ୍ଗନରେ ଖେଳାଯିବ। ଲିଗ୍ ପର୍ଯ୍ୟାୟରେ ଏଟିକେ ଓ ବେଙ୍ଗାଲୁରୁ ଯଥାକ୍ରମେ ଦ୍ବିତୀୟ ଏବଂ ତୃତୀୟ ଦଳ ଭାବେ ସେମିଫାଇନାଲ୍ ଆସିଛନ୍ତି।
ହିରୋ ଆଇଏସ୍ଏଲ୍: ଗୋଆକୁ ହରାଇ ଚେନ୍ନାୟିନ୍ ଫାଇନାଲ୍ ଦ୍ବାରରେ
/sambad/media/post_attachments/wp-content/uploads/2020/03/fg84j787gg98f7jg98dj7dg98jdgdgjjdggjdjgdgjdjgdjggjd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)