ଭୁବନେଶ୍ବର: ଏଠାରେ ଚାଲିଥିବା ହିରୋ ଭାରତୀୟ ମହିଳା ଲିଗ୍ ଫୁଟବଲ୍ ପ୍ରତିଯୋଗିତାରେ ଓଡ଼ିଶା ପୁଲିସ ତା’ର ପ୍ରଥମ ମ୍ୟାଚ୍କୁ ବଡ଼ ବ୍ୟବଧାନରେ ହାରିଯାଇଛି। ଶନିବାର ଖେଳାଯାଇଥିବା ଏହି ମ୍ୟାଚ୍ରେ ବିଜେତା ଗୋକୁଳମ କେରଳ ଏଫ୍ସି ୧୨-୦ ଗୋଲ୍ରେ ଓଡ଼ିଶା ପୁଲିସକୁ ପରାସ୍ତ କରି ଆକର୍ଷଣୀୟ ଅଭିଯାନ ଆରମ୍ଭ କରିଛି। ଭାରତର ଆନ୍ତର୍ଜାତିକ ଖେଳାଳି ମନୀଷା କଲ୍ୟାଣ ବିଜୟୀ ଦଳ ପକ୍ଷରୁ ସର୍ବାଧିକ ବ୍ୟକ୍ତିଗତ ୫ ଗୋଲ୍ କରିଥିଲା ବେଳେ ଅନ୍ୟ ଦୁଇଟି ଗୋଲ୍ରେ ସହାୟତା କରିଥିଲେ। ମନୀଷାଙ୍କ ବ୍ୟତୀତ ମିଆଁମାର ଆନ୍ତର୍ଜାତିକ ତାରକା ୱିନ୍ ତୁନ୍, ଡାଙ୍ଗ୍ମେଇ ଗ୍ରେସ୍, କରିସ୍ମା ସିର୍ଭୋଇକାର, ରଞ୍ଜନା ଚାନୁ, ଏଲ୍ସାଦାଇ ଗୋଟିଏ ଲେଖାଏଁ ଗୋଲ୍ କରିଥିଲେ। ପୁଲିସ ଦଳର ମଧୁସ୍ମିତାଙ୍କ ଆତ୍ମଘାତୀ ଗୋଲ୍ ଗୋକୁଳମ ଏଫ୍ସିକୁ ୧୨-୦ରେ ଜିତିବାରେ ସହାୟକ ହୋଇଥିଲା। ଶନିବାରର ଅନ୍ୟଏକ ମ୍ୟାଚ୍ରେ ସେଥୁ ଏଫ୍ସି ଅଧଡଜନ ଗୋଲ୍ରେ ମାତା ରୁକ୍ମିଣୀ ଏଫ୍ସିକୁ ପରାସ୍ତ କରିଦେଇଛି। ପୂର୍ବତନ ବିଜେତା ସେଥୁ ଏଫ୍ସି ୬-୧ ଗୋଲ୍ରେ ଜିତି ଅଭିଯାନ ଆରମ୍ଭ କରିଛି। ଏଲିଜାବେଥ୍ କାତୁଙ୍ଗା, ଅଞ୍ଜୁ ତାମଙ୍ଗ, ମାରିୟାମଲ, ସଞ୍ଜୁ, ଲାଲରମ୍ପରୀ ଓ ରେଣୁ ଗୋଲ୍ ସ୍କୋରର୍ ରହିଥିଲେ।
ହିରୋ ଭାରତୀୟ ମହିଳା ଲିଗ୍ ଫୁଟବଲ୍ଓ: ଡ଼ିଶା ପୁଲିସ ୦-୧୨ରେ ପରାସ୍ତ
/sambad/media/post_attachments/wp-content/uploads/2019/05/football-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)