ସାଂପ୍ରତିକ ଭାରତୀୟ ଦଳକୁ କେମିତି ଓ କିଭଳି ଭାବେ ହରାଇବ ସେ ଚିନ୍ତା ୱେଷ୍ଟଇଣ୍ଡିଜ୍କୁ ଘାରିଥିବ। ଗୌହାଟୀରେ ସେମାନେ ଏକ ଭଲ ସ୍କୋର କରିଥିଲେ। ଅଧିକାଂଶ ଦଳ ସେହି ସ୍କୋର ତଳେ ପ୍ରତିପକ୍ଷକୁ ଅଟାକଇ ପାରି ଥାଆନ୍ତେ। ହେଲେ ଦୁର୍ବଳ ବୋଲିଂ ବାହିନୀ ପାଇଁ ଇଣ୍ଡିଜ୍ ଏଥିରେ ପୂରା ବିଫଳ ହେଲା। ଭାରତ ମାତ୍ର ୨ ୱିକେଟ୍ ହରାଇ ୪୨.୧ ଓଭରରେ ୩୨୩ ରନ୍ ଲକ୍ଷ୍ୟକୁ ହାସଲ କରିନେଲା। ଅବଶ୍ୟ ରୋହିତ ଶର୍ମା ଓ ବିରାଟ କୋହଲି ବ୍ୟାଟିଂ କରୁଥିଲା ବେଳେ ବିଶ୍ବର ଅଧିକାଂଶ ବୋଲିଂ ବାହିନୀ ସାଧାରଣ ମନେ ହୁଅନ୍ତି।
ପରାଜୟ ପାଇଁ ୱେଷ୍ଟଇଣ୍ଡିଜ୍ ନିଜକୁ ଦାୟୀ କରିବା କଥା। ସେମାନଙ୍କ ବ୍ୟାଟ୍ସମ୍ୟାନ୍ ଅନେକ ଅଯଥା ସଟ୍ ଖେଳି ଅାଉଟ୍ ହେଲେ। ସେଥିପାଇଁ ୨୦, ୩୦ ରନ୍ ପଛରେ ରହିଗଲେ। ଅର୍ଧଶତକ ପରେ କିରଣ ପାୱେଲ ନିଜ ୱିକେଟ୍ ଫିଙ୍ଗିଦେଲେ। ସାଇ ହୋପ୍ ଓ ରଭମନ ପାୱେଲ ମଧ୍ୟ ସେହିଭଳି ଖେଳ ଖେଳିଲେ। ଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍ କୋହଲି ଏବଂ ରୋହିତଙ୍କଠାରୁ ଅନେକ କିଛି ଶିଖି ପାରିବେ। ଭାରତୀୟ ଅଧିନାୟକ କୋହଲି ଶତକ ପୂରଣ ପରେ ହିଁ ପ୍ରଥମଥର ପାଇଁ ଉଠେଇକି ଖେଳିଥିଲେ। ଭାରତର ଏକମାତ୍ର ଚିନ୍ତା କ୍ଷେତ୍ରରକ୍ଷଣ ହୋଇପାରେ। ଭାରତର କ୍ଷେତ୍ରରକ୍ଷଣ ସ୍ତର ଏବେ ବହୁ ଉର୍ଧ୍ବରେ ରହିଛି। ଗୌହାଟୀରେ କିନ୍ତୁ ଦଳଗତ ଭାବେ ଭାରତ ସେତେଟା ଭଲ କ୍ଷେତ୍ରରକ୍ଷଣ କରି ନଥିଲା। ବିଶାଖାପାଟଣା ପିଚ୍ ସ୍ପିନରଙ୍କୁ ସୁହାଇଥାଏ। ସେଥିପାଇଁ ବୋଲରମାନେ ଗୌହାଟୀ ଭଳି ପ୍ରହାର ଏଠାରେ ଖାଇ ନପାରନ୍ତି। ଟେଷ୍ଟ ଶୃଙ୍ଖଳାରେ ସିମରନ୍ ହେଟମେୟରଙ୍କୁ କୁଲୀଦପ ଯାଦବ ତିନି ଥର ଅାଉଟ୍ କରିଥିଲେ। ସେଥିପାଇଁ ବିଶାଖାପାଟଣାରେ ସେ ଖେଳିବା ଉଚିତ। (ପିଏମଜି)
ହେଟ୍ମେୟରଙ୍କ ଜବାବ କୁଲଦୀପ ହୋଇପାରିବେ
/sambad/media/post_attachments/wp-content/uploads/2018/10/mitsubishi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)