ହକି ଇଣ୍ଡିଆକୁ ହାଇକୋର୍ଟ ଝଟ୍‌କା

ନୂଆଦିଲ୍ଲୀ: ସୂଚନା ଅଧିକାର ଆଇନ ଅନ୍ତର୍ଗତ ସଦସ୍ୟଙ୍କ ବିସ୍ତୃତ ବିବରଣୀ ଓ କର୍ମଚାରୀଙ୍କ ଦରମା ତଥା ଅନ୍ୟାନ୍ୟ ପ୍ରସଙ୍ଗରେ ତୁରନ୍ତ ତଥ୍ୟ ପ୍ରଦାନ କରିବାକୁ କେନ୍ଦ୍ରୀୟ ସୂଚନା କିମସନ୍ (ସିଆଇସି) ହକି ଇଣ୍ଡିଆକୁ ଦେଇଥିବା ନିର୍ଦ୍ଦେଶ ଉପରେ ରହିତାଦେଶ ଜାରି କରିବାକୁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ମନା କରି ଦେଇଛନ୍ତି। ଯାହା ହକି ଇଣ୍ଡିଆ ପାଇଁ ଏକ ଶକ୍ତ ଧକ୍କା ହୋଇଛି। ସିଆଇସିଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ହକି ଇଣ୍ଡିଆ ଦାୟର କରିଥିବା ପିଟିସନର ବିଚାର କରି ଜଷ୍ଟିସ୍ ରେଖା ପାଲି କହିଛନ୍ତି ଯେ ଯେତେବେଳେ ବିଚାରପତିଙ୍କ ଦରମା ବିଷୟରେ ସମସ୍ତେ ଜାଣୁଛନ୍ତି ସେତେବେଳେ ହକି ଇଣ୍ଡିଆ କର୍ମଚାରୀଙ୍କ ଦରମା କାହିଁକି ରହସ୍ୟ ଘେରରେ ରହିବ? ଏହାକୁ ସର୍ବସାଧାରଣରେ ପ୍ରକାଶ କରିବାରେ ଅସୁବିଧା କେଉଁଠି ଅଛି?। ସିଆଇସି ନିର୍ଦ୍ଦେଶରେ କୌଣସି ତ୍ରୁଟି ଅଛି ବୋଲି ମୁଁ ଭାବୁନାହିଁ। ଆପଣ ବିଭିନ୍ନ ସହାୟତା, ପାଣ୍ଠି ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଉଛନ୍ତି। ଏଣୁ ଆପଣଙ୍କ କର୍ମଚାରୀଙ୍କ ଦରମା ଯେତେ ଅଧିକ କିମ୍ବା କମ୍ ହେଉ, ଆପଣ ଏହି ବିଷୟରେ ସୂଚନା ଦେବାକୁ ମନା କରିପାରିବେନାହିଁ। ଏହା ପୂର୍ବରୁ‌ କେନ୍ଦ୍ର ସରକାର ମଧ୍ୟ ସିଆଇସିଙ୍କ ନିର୍ଦ୍ଦେଶକୁ ସମର୍ଥନ କରି ସାରିଛନ୍ତି।

ସମ୍ବନ୍ଧିତ ଖବର