ଭାରତ ତୁଳନାରେ ଆମ ପାଖରେ ଉନ୍ନତ ସ୍ପିନର୍‌ ଅଛନ୍ତି: ଷ୍ଟାନିକ୍‌ଜାଇ

ବେଙ୍ଗାଲୁରୁ : ଗୁରୁବାରଠାରୁ ଭାରତ ବିପକ୍ଷରେ ଖେଳି ଆଫଗାନିସ୍ତାନ ଟେଷ୍ଟ୍‍ ପଦାର୍ପଣ କରିବ। ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଦ୍ୱାଦଶ ଦେଶ ଭାବେ ଟେଷ୍ଟ୍‍ ଦୁନିଆକୁ ଆସିବ। ଏହି ଟେଷ୍ଟ୍‍ ଲାଗି ଆଫଗାନିସ୍ତାନ ଏବେ ଭାରତରେ ନିଜର ପ୍ରସ୍ତୁତି ଚଳାଇଛି। ଗତ ସପ୍ତାହରେ ବାଂଲାଦେଶ ବିପକ୍ଷ ଟେ୍ଵଣ୍ଟି-୨୦ ଶୃଙ୍ଖଳାକୁ ୩-୦ରେ ପୋଛି ନେଇଥିବା ବାଂଲାଦେଶ ଦଳର ଆତ୍ମବିଶ୍ୱାସ ଏବେ ଉଚ୍ଚରେ ବି ରହିଛି। ବିଶେଷ କରି ସ୍ପିନ୍‌ ଜାଲରେ ଫସାଇ ଟେଷ୍ଟ୍‍ ପଦାର୍ପଣକୁ ସ୍ମରଣୀୟ କରିବା ଲକ୍ଷ୍ୟରେ ରହିଛି ଆଫଗାନିସ୍ତାନ ଦଳ। ଏହି ଐତିହାସିକ ଟେଷ୍ଟ୍‍ର ଅବ୍ୟବହିତ ପୂର୍ବରୁ ଆଫଗାନିସ୍ତାନ ଅଧିନାୟକ ଅସଗର ଷ୍ଟାନିକ୍‌ଜାଇ ବିନା ଦ୍ୱିଧାରେ କହିଛନ୍ତି ଭାରତ ତୁଳନାରେ ଆମ ପାଖରେ ଉନ୍ନତ ସ୍ପିନର୍‌ ଅଛନ୍ତି। ରବିଚନ୍ଦ୍ରନ ଅଶ୍ୱିନ୍‌ ଏବଂ ରବୀନ୍ଦ୍ର ଜାଦେଜାଙ୍କ ତୁଳନାରେ ଆମ ସ୍ପିନର୍‌ ଭଲ। ଅଶ୍ୱିନ୍‌-ଜାଦେଜା ଏବେ ବିଶ୍ୱ ଟେଷ୍ଟ୍‍ ମାନ୍ୟତାରେ ୪-୫ ନମ୍ବର ରହିଛନ୍ତି। ଷ୍ଟାନିକ୍‌ଜାଇଙ୍କ ବିଶ୍ୱାସ ଦଳର ଯୁବ ସ୍ପିନର୍‌ ରସିଦ୍‌ ଖାନ, ମୁଜିବ୍‌ ଉର୍‌ ରହମାନ୍‌ ଏବଂ ଅଭିଜ୍ଞ ମହମ୍ମଦ ନବିଙ୍କ ଆଗରେ ଏହି ଭାରତୀୟ ଯୋଡ଼ିଙ୍କଠାରୁ ଢ଼େର ଉନ୍ନତ। ଏହି ୩ ଜଣଙ୍କ ବ୍ୟତୀତ ରହମତ୍‌ ସାହ ଏବଂ ଜାହିର୍‌ ଖାନ୍‌ ମଧ୍ୟ ଭଲ ସ୍ପିନ୍‌ ବୋଲିଂ କରିପାରିବେ ବୋଲି ସେ କହିଛନ୍ତି। ଆଫଗାନିସ୍ତାନର ପ୍ରଶିକ୍ଷକ େଓ୍ଵଷ୍ଟଇଣ୍ଡିଆନ୍‌ ଫିଲ୍‌ ସିମନ୍‌ସ କିନ୍ତୁ ଏଭଳି ଆଲୋଚନାକୁ ଗୁରୁତ୍ୱ ଦେଇ ନାହାନ୍ତି। କିନ୍ତୁ ଆଇସିସିର ଏକ ନମ୍ବର ଟେ୍ଵଣ୍ଟ-୨୦ ବୋଲର ରସିସ୍‌ ଖାନ୍‌ ନିଶ୍ଚିତ ତାଙ୍କ ପ୍ରଥମ ଶ୍ରେଣୀ ଅନଭିଜ୍ଞତାକୁ ପଛରେ ପକାଇଦେବେ ବୋଲି ଆଶା ରଖିଛନ୍ତି।

ସମ୍ବନ୍ଧିତ ଖବର