ଦୁଇବର୍ଷ ପରେ ପୁଅକୁ ଭେଟି ଏଭଳି ପ୍ରତିକ୍ରିୟା ରଖିଲେ ଶିଖର ଧୱନ

ନୂଆଦିଲ୍ଲୀ: ଭାରତୀୟ ଓପନର ଶିଖର ଧୱନ ଦୁଇବର୍ଷର ‌ଅପେକ୍ଷା ପରେ ନିଜର ପୁଅକୁ ଭେଟି ପାରିଛନ୍ତି। ଧୱନ ପୁଅକୁ ଭେଟିବାର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଭିଡିଓରେ ଧୱନ ପୁଅକୁ କୋଳରେ ଉଠାଇ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳୁଛି। ଧୱନଙ୍କ ପୁଅ ଜୋରାବର ୨୦୨୦ରେ ଅଷ୍ଟ୍ରେଲିଆରେ ହିଁ ଅଛନ୍ତି। ଧୱନ କଡ଼ା କରୋନା ନିୟମ ହେତୁ ଅଷ୍ଟ୍ରେଲିଆ ଯାଇ ପୁଅକୁ ଭେଟି ପାରି ନଥିଲେ।

ଧୱନ ସେୟାର କରିଥିବା ଭିଡିଓ କ୍ୟାପସନ ଲେଖିଛନ୍ତି, ‘ତା ସହିତ ଖେଳିବା, ତାକୁ ଆଲିଙ୍ଗନ କରିବା, କଥା ହେବା ବହୁତ ଭାବବିହ୍ବଳ ସମୟ, ଏହା ସେହି ସମୟ, ଯାହା ସବୁବେଳେ ମନେ ରହିବ।’

ଶେଖର ଧୱନ ଅକ୍ଟୋବର ୨୦୧୨ରେ ଆୟଶା ମୁଖାର୍ଜ୍ଜୀଙ୍କୁ ବିବାହ କରିଥିଲେ। ୨୦୧୪ରେ ପୁଅ ଜୋରାବରଙ୍କ ଜନ୍ମ ହୋଇଥିଲା। ଜୋରାବର ନିଜର ମା’ ସହିତ ମେଲବର୍ନରେ ରୁହନ୍ତି।

ଶେଖର ଧୱନ ଆଗାମୀ ଆଇପିଏଲ ସିଜନରେ ପଞ୍ଜାବ କିଙ୍ଗସରେ ସାମିଲ ହେବେ। ଶେଖରଙ୍କୁ ୮.୨୫ କୋଟି ଟଙ୍କାରେ କିଣାଯାଇଛି। ଆଇପିଏଲ ୨୦୨୨ରେ ଧୱନଙ୍କୁ ଅଧିନାୟକ ଦାୟିତ୍ବ ବି ମିଳିପାରେ। ଶେଖର ଧୱନ ଏଯାବତ ୧୯୨ଟି ଆଇପିଏଲ ମ୍ୟାଚରେ ୫୭୮୪ ରନ କରିଛନ୍ତି।

 

ସମ୍ବନ୍ଧିତ ଖବର