ନୂଆଦିଲ୍ଲୀ: ଭାରତର ତାରକା ସ୍ପ୍ରିଣ୍ଟର ହିମା ଦାସଙ୍କୁ ଜାତୀୟ ଆଣ୍ଟି ଡୋପିଂ ଏଜେନ୍ସି (ନାଡା)ର ଆଣ୍ଟି ଡୋପିଂ ଅପିଲ୍ ପ୍ୟାନେଲ (ଏଡିଏପି) ଡୋପିଂ ମାମଲରୁ ସମ୍ପୂର୍ଣ୍ଣ ମୁକ୍ତ କରିଛି। ଗତ ୧୨ ମାସରେ ୩ ଥର କେଉଁଠାରେ ଅଛ ସୂଚନା ଦେଇ ନଥିବା ହିମା ଏବେ ଏହି ମାମଲାରୁ ମୁକ୍ତ ହୋଇଛନ୍ତି। ଏହି ମାମଲାରେ ୨୪ ବର୍ଷୀୟା ହିମାଙ୍କୁ ଗତ ବର୍ଷ ନାଡା ଅସ୍ଥାୟୀ ଭାବେ ବାସନ୍ଦ କରିଥିଲା। ଆଣ୍ଟି ଡୋପିଂ ଡିସିପ୍ଲିନାରି ପ୍ୟାନେଲ (ଏଡିଡିପି) ଗତ ମାର୍ଚ୍ଚ ଏହାର ଶୁଣାଣି କରି ଏଥିରୁ ମୁକ୍ତ କରିଥିଲା। ଫଳରେ ଏପ୍ରିଲ୍ ୩୦ରେ ବେଙ୍ଗାଲୁରୁରେ ଆୟୋଜିତ ଇଣ୍ଡିଆନ୍ ଗ୍ରାଁ ପ୍ରି ୧ରେ ୨୦୦ ମିଟର ଦୌଡ଼ରେ ଭାଗ ନେଇଥିଲେ। ସେପ୍ଟେମ୍ବର ୪ରେ ଏଡିଏପି ହିମାଙ୍କୁ ଡୋପିଂ ମାମଲାରୁ ମୁକ୍ତ ପାଇଁ ନିଷ୍ପତ୍ତି ନେଇଥିଲା। ହିମା ୨୦୧୮ ଜାକର୍ତ୍ତା ଏସୀୟ କ୍ରୀଡ଼ାରେ ୪୦୦ ମିଟର ଦୌଡ଼ରେ ରୌପ୍ୟ ଜିତିଥିଲେ। ଏଥିସହ ମହିଳା ଓ ମିଶ୍ରିତ ୪ଗୁଣା ୪୦୦ ମିଟରରେ ରୌପ୍ୟ ବିଜେତା ଭାରତୀୟ ଦଳର ସଦସ୍ୟା ଥିଲେ। ଗତ ହାଙ୍ଗଝୌ ଏସୀୟ କ୍ରୀଡ଼ାରେ ସେ ଆହତ କାରଣରୁ ଅଂଶଗ୍ରହଣ କରିପାରି ନଥିଲେ।
ଡୋପିଂ ମାମଲାରୁ ହିମା ମୁକ୍ତ
ଭାରତର ତାରକା ସ୍ପ୍ରିଣ୍ଟର ହିମା ଦାସଙ୍କୁ ଜାତୀୟ ଆଣ୍ଟି ଡୋପିଂ ଏଜେନ୍ସି (ନାଡା)ର ଆଣ୍ଟି ଡୋପିଂ ଅପିଲ୍ ପ୍ୟାନେଲ (ଏଡିଏପି) ଡୋପିଂ ମାମଲରୁ ସମ୍ପୂର୍ଣ୍ଣ ମୁକ୍ତ କରିଛି।