ଜ୍ୟୁରିକ୍: ସ୍ବିଜରଲାଣ୍ଡ୍ ମହିଳା ଟେନିସ୍ ତାରକା ମାର୍ଟିନା ହିଙ୍ଗିସ୍ ମା’ ହେବେ। ୩୮ତମ ଜନ୍ମ ଦିବସ ଅବସରରେ ଏହି ୫ ଥରର ଗ୍ରାଣ୍ଡ୍ ସ୍ଲାମ୍ ବିଜୟିନୀ ଗର୍ଭବତୀ ଥିବା ବିଷୟରେ ଟ୍ବିଟର୍ରେ ପ୍ରକାଶ କରିଥିଲେ। ମୋ ଜନ୍ମ ଦିନରେ ଆପଣ ଦେଇଥିବା ଶୁଭେଚ୍ଛା ପାଇଁ ଧନ୍ୟବାଦ। ମୁଁ ଆପଣମାନଙ୍କ ସହ ଆଉ ଏକ ଖୁସି ବାଣ୍ଟିବାକୁ ଯାଉଛି। ଏହି ଜନ୍ମଦିନରେ ଆମେ ଦୁଇ ଜଣ ଥିଲୁ। ଆସନ୍ତା ବର୍ଷ ଜନ୍ମ ଦିନରେ ଆମ ପରିବାରରେ ୩ ଜଣଙ୍କୁ ଦେଖିବାକୁ ମିଳିବ। ହିଙ୍ଗିସ୍ ଚଳିତ ବର୍ଷ ଜୁଲାଇ ୨୦ରେ ହାରାଲ୍ଡ ଲିମାନ୍ଙ୍କୁ ବିବାହ କରିଥିଲେ। ପୂର୍ବରୁ ୨୦୧୦ ଡିସେମ୍ବର ୧୦ ତାରିଖରେ ଫ୍ରାନ୍ସ ଅଶ୍ବଚାଳନା ତାରକା ଥିବଲ୍ଟ ହଟିନ୍ଙ୍କୁ ବିବାହ କରିଥିଲେ। ୨୦୧୩ରେ ବିବାହ ବିଚ୍ଛେଦ େହାଇଥିଲା। ୨୦୧୭ରେ ସେ କ୍ରୀଡ଼ା ପ୍ରବନ୍ଧକ ଡେଭିଡ୍ ଟୋସାସ ରସ୍ଙ୍କ ସହ ସମ୍ପର୍କେର ଥିବା ନେଇ ପ୍ରଚାର ହୋଇଥିଲା। ହେଲେ ହିଙ୍ଗିସ୍ ଗୋଟିଏ ବର୍ଷ ଧରି ଲିମାନ୍ଙ୍କ ସମ୍ପର୍କରେ ରହିବା ପରେ ଚଳିତ ବର୍ଷ ତାଙ୍କ ହାତ ଧରିଥିଲେ।
ହିଙ୍ଗିସ୍ ମା’ ହେବେ
/sambad/media/post_attachments/wp-content/uploads/2018/10/1-martina.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)