ଭୁବନେଶ୍ବର: ପୁରୁଷ ହକି ବିଶ୍ବକପ୍ର ଇତିହାସକୁ ଅବଲୋକନ କଲେ ଜଣାଯାଏ ଯେ ଉଭୟ ବିଶ୍ବକପ୍ ଏବଂ ଏହାର ଟ୍ରଫି ସମ୍ପର୍କିତ ଅବଧାରଣାକୁ ସମସ୍ତଙ୍କ ଲୋକଲୋଚନକୁ ଆଣିଥିଲେ ପାକିସ୍ତାନ ହକି ମହାସଂଘର ତତ୍କାଳୀନ ସଭାପତି ଏୟାର ମାର୍ସାଲ୍ ନୁର୍ ଖାନ୍। ପ୍ରଥମେ ନୁର ଖାନ୍ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ପାକିସ୍ତାନ ୧୯୬୯ରେ ୯ ଦେଶ ମଧ୍ୟରେ ଲାହୋରଠାରେ ଏକ ହକି ପ୍ରତିଯୋଗିତାର ଆୟୋଜନ କରିବାରେ ସକ୍ଷମ ହୋଇଥିଲା। ଏହା ପରେ ପାକିସ୍ତାନ ହକି ବିଶ୍ବକପ୍ ଆୟୋଜନ କରିବାର ପ୍ରସ୍ତାବ ଅନ୍ତର୍ଜାତିକ ହକି ମହାସଂଘକୁ ଜଣାଇଥିଲା। ଏହାର ସଫଳ ରୂପାୟନ େହାଇ ସାରିବା ପରେ ବିଶ୍ବକପ୍ ଟ୍ରଫିର ଡିଜାଇନ୍ ଦିଗରେ ମଧ୍ୟ ପାକିସ୍ତାନ ପଦେକ୍ଷପ ଗ୍ରହଣ କରିଥିଲା।ହକି ବିଶ୍ବକପ୍ରେ ବିଜେତା ରାଷ୍ଟ୍ରକୁ ପ୍ରଦାନ କରାଯାଉଥିବା ଟ୍ରଫିର ମୂଳ ଡିଜାଇନ୍ ନିର୍ମାଣ କରିଥିଲେ ବସିର ମୁଜିଦ ନାମକ ଜଣେ ଶିଳ୍ପୀ। ଏହି ଡିଜାଇନ୍କୁ ଭିତ୍ତି କରି ଏହାକୁ ପୂର୍ଣ୍ଣାଙ୍ଗ ରୂପ ଦେଇଥିଲା ପାକିସ୍ତାନୀ ସେନାର ଇଲେକ୍ଟ୍ରିକାଲ ଓ ମେକାନିକାଲ ଇଞ୍ଜିନିୟର ଗ୍ରୁପ୍। ୧୯୭୧ ମସିହା ମାର୍ଚ ମାସ ୨୭ ତାରିଖେର ବେଲ୍ଜିୟମ ରାଜଧାନୀ ବ୍ରସେଲ୍ସଠାରେ ବେଲ୍ଜିୟମ୍ରେ ଅବସ୍ଥିତ ପାକିସ୍ତାନର ରାଷ୍ଟ୍ରଦୂତ ଏଚ୍ଇ ମସୁଦ ଅନ୍ତର୍ଜାତିକ ହକି ମହାସଂଘର ତତ୍କାଳୀନ ସଭାପତି ରେନେ ଫ୍ରାଙ୍କ୍ଙ୍କୁ ଏହି ଟ୍ରଫିର ପ୍ରତିକୃତି ପ୍ରଦାନ କରିଥିଲେ। ବିଶ୍ବକପ୍ ବିେଜତାଙ୍କୁ ପ୍ରଦାନ କରାଯାଉଥିବା ଟ୍ରଫି ଉତ୍କର୍ଷ କଳାର ଏକ ଅନନ୍ୟ ନିଦର୍ଶନ। ଏହି ବିଶ୍ବକପ୍ ଟ୍ରଫିରେ ରୁପା ନିର୍ମିତ ଏକ କପ୍ ରହିଥାଏ ଯାହା ସୁଦୃଶ୍ୟ ପୁଷ୍ପ ଗୁଡ଼ିକର ଆକୃତିରେ ଖୋଦିତ। ଏହା ଉପରେ ବିଶ୍ବକୁ ବୁଝାଉଥିବା ସୁନା ଓ ରୁପାର ନିର୍ମିତ ଏକ ଗ୍ଲୋବ୍ ସ୍ଥାପିତ। ସମ୍ପୂର୍ଣ୍ଣ ଆକୃତିଟି ‘ଆଇଭର’ରେ ନିର୍ମିତ ଭତ୍ତି ଉପରେ ଦଣ୍ଡାୟମାନ। ଟ୍ରଫିର ସମ୍ପୂର୍ଣ୍ଣ ଉପରିଭାଗରେ ଏକ କ୍ଷୁଦ୍ର ହକିଷ୍ଟିକ୍ ଏବଂ ବଲ୍ ସଂଯୁକ୍ତ। ଭିତ୍ତି ସହିତ ଏହାର ଉଚ୍ଚତା ୬୫୦ ମିଲିମିଟର ବା ୨୬ ଇଞ୍ଚ। ଏହାର ମୋଟ ଓଜନ ୧୧୫୬୦ ଗ୍ରାମ ଯେଉଁଥିରେ ୮୯୫ ଗ୍ରାମ ସୁନା, ୬୮୧୫ ଗ୍ରାମ ରୁପା, ୩୫୦ ଗ୍ରାମ ଆଇଭରି ଏବଂ ୩୫୦୦ ଗ୍ରାମ ଶାଳକାଠ ସାମିଲ ଥାଏ। ସୁନା ଓ ରୁପାର ସୂକ୍ଷ୍ମ କାରୁକାର୍ଯ୍ୟ ସହ ବିଭିନ୍ନ ସାଙ୍କେତିକ ବାର୍ତା ବହନ କରିଥାଏ ଏହି ଟ୍ରଫି। ବିଶ୍ବକପ୍ର ଲୋକପ୍ରିୟତା ତଥା ଫାଇନାଲ୍ରେ ରୋମାଞ୍ଚ ଭରିବା ଦିଗରେ ଏହାର ଭୂମିକା ଗୁରୁତ୍ବପୂର୍ଣ୍ଣ। ଏହି ବିଶ୍ବକପ୍ ଟ୍ରଫିକୁ ହାସଲ କରିବାର ଦୃଢ଼ ସଙ୍କଳ୍ପ ନେଇ ସମସ୍ତ ଅଂଶଗ୍ରହଣକାରୀ ରାଷ୍ଟ୍ର ପ୍ରବଳ ଉତ୍ସାହ ସହ ଖେଳିଥାନ୍ତି।
ଏଥର ଓଡ଼ିଶାେର ହକି ବିଶ୍ବକପ୍ ଆୟୋଜିତ ହେବାକୁ ଯାଉଥିବାରୁ ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଟ୍ରଫିର ନମୂନା ପ୍ରଦର୍ଶିତ ହେଉଛି। ହକି ବିଶ୍ବକପ୍ର ଏକ ନମୂନା ଟ୍ରଫିକୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସଚିବାଳୟରେ ଉଦ୍ଘାଟନ କରିଛନ୍ତି। ସଚିବାଳୟ ବ୍ୟତୀତ ବିଭିନ୍ନ ଜନଗହଳି ସ୍ଥାନ, ସପିଂ ମଲ୍, ବିମାନ ବନ୍ଦର, ହେଟେଲ ଆଦିରେ ମଧ୍ୟ ଏହି ଟ୍ରଫି ସ୍ଥାପିତ ହୋଇଛି। ଏହା ସ୍ଥାନୀୟ ଜନତା ବିଶେଷତଃ ଯୁବପୀଢ଼ି ମଧ୍ୟରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ପରବର୍ତୀ ସମୟରେ ଅନ୍ତର୍ଜାତୀୟ ହକି ମହାସଂଘରୁ ମୁଖ୍ୟ ଟ୍ରଫି ଆସିବା ପରେ ରାଜଧାନୀ ଦିଲ୍ଲୀ ସମେତ ପ୍ରମୁଖ ସହରରେ ରୋଡ୍ ସୋ ମଧ୍ୟମେର ପ୍ରଦର୍ଶିତ ହୋଇ ଭୁବନେଶ୍ବର ଆସିବ। ରାଜ୍ୟର କିଛି ପ୍ରମୁଖ ସହରରେ ମଧ୍ୟ ଏହି ଟ୍ରଫି ପ୍ରଦର୍ଶିତ ହେବା। ରାଜ୍ୟେର ହେବାକୁ ଥିବା ହକି ବିଶ୍ବକପ୍ର ଲୋକପ୍ରିୟତା ବୃଦ୍ଧି ଦିଗରେ ଏହା ବିଶେଷ ସହାୟକ ହେଉଛି। (ପ୍ରସ୍ତୁତି: ସାର୍ଥକ ପ୍ରଧାନ)
ହକି ବିଶ୍ବକପ୍ ଟ୍ରଫି
/sambad/media/post_attachments/wp-content/uploads/2018/10/5-World-Cup-with-Cm.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)