ବୁଏନ୍‌ସ ଏୟାର୍ସ (ଆର୍ଜେଣ୍ଟିନା): ଯୁବ ଅଲିମ୍ପିକ୍ସ ୫ଜଣିଆ ହକିରେ ଭାରତୀୟ ବାଳକ ଦଳ ରୌପ୍ୟ ପଦକ ଜିତି ନେଇଛି। ରବିବାର ରାତିରେ ଖେଳାଯାଇଥିବା ଫାଇନାଲରେ ଭାରତକୁ ମାଲେସିଆ ୪-୨ ଗୋଲରେ ହରାଇ ଦେଇଥିଲା। ପ୍ରଥମାର୍ଧରେ ଭାରତ ୨-୧ରେ ଆଗୁଆ ରହିଥିଲେ ମଧ୍ୟ ଦ୍ବିତୀୟାର୍ଧରେ ମାଲେସିଆ ୩‌େ ଗାଲ୍ ଦେଇ ବିଜୟ ଛଡ଼ାଇ ନେଇଥିଲା। ଏଥି ସହିତ ଓଡ଼ିଆ ପୁଅ ସୁଦୀପ ଚିର୍ମାକର ବି ରୌପ୍ୟ ପଦକ ଜିତି ଅର୍ନ୍ତଜାତୀୟ ଜୀବନକୁ ଧମାକାଦାର ଆରମ୍ଭ କରିଛନ୍ତି। ଶନିବାର ରାତିରେ ଖେଳାଯାଇଥିବା ସେମିଫାଇନାଲ୍‌ରେ ବାଳକ ଦଳ ୩-୧ ‌େଗାଲ୍‌ରେ ଆ‌େୟାଜକ ଆର୍ଜେଣ୍ଟିନାକୁ ପରାସ୍ତ କରିଦେଇଥିଲେ। ଅନ୍ୟପକ୍ଷରେ ବାଳିକା ଦଳର ସ୍ବର୍ଣ୍ଣ ଅଭିଯାନ କିନ୍ତୁ କାଏମ ରହିଛି। ଶନିବାର ରାତିରେ ଭାରତୀୟ ବାଳିକା ଦଳ ୩-୦ ଗୋଲ୍‌ରେ ଚୀନ୍‌କୁ ମାତ୍‌ ‌େଦଇ ସ୍ବର୍ଣ୍ଣ ମୁକାବିଲାରେ ଅବତୀର୍ଣ୍ଣ ହୋଇଛି। ଏବେ ସ୍ବର୍ଣ୍ଣ ପଦକ ପାଇଁ ବାଳିକା ଦଳ ରବିବାର ରାତିରେ ଆୟୋଜକ ଆର୍ଜେଣ୍ଟିନା ସହ ମୁହାଁମୁହିଁ ହେଉଛି। ଆର୍ଜେଣ୍ଟିନା ବିପକ୍ଷ ସେମିଫାଇନାଲ୍‌ରେ ବାଳକ ଦଳ ପକ୍ଷରୁ ସୁଦୀପ ଚିର୍ମାକୋ (୧୨ ଓ ୧୮ ମିନିଟ୍‌) ଦୁଇଟି ଗୋଲ୍‌ କରିଥିଲା ବେଳେ ରାହୁଲ୍‌ ରାଜ୍‌ଭର ଗୋଟିଏ ଗୋଲ୍‌ ଯୋଡ଼ିଥିଲେ। ଚୀନ୍‌ ବିପକ୍ଷ ସେମିଫାଇନାଲ୍‌ରେ ବାଳିକା ଦଳ ପକ୍ଷରୁ ମମ୍‌ତାଜ ଖାନ୍‌, ରିତ୍‌ ଓ ଲାଲ୍‌ରେମ୍‌ସିଆମି ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ପ୍ରଥମ ଥର ଲାଗି ୟୁଥ୍‌ ଅଲିମ୍ପିକ୍ସର ହକି ପ୍ରତିଯୋଗିତାରେ ଭାରତ ଅଂଶ ଗ୍ରହଣ କରିଛି।

Advertisment

ସିମ୍ରନ୍‌ଙ୍କୁ କୁସ୍ତି ରୌପ୍ୟ: ଭରତୀୟ ବାଳିକା କୁସ୍ତି ‌େଯାଦ୍ଧା ସିମ୍ରନ୍‌ ଯୁବ ଅଲିମ୍ପିକ୍ସରେ ରୌପ୍ୟ ପଦକ କରାୟତ କରିଛନ୍ତି। ରବିବାର ଫ୍ରି ଷ୍ଟାଇଲ୍‌ ୪୩ କିଲୋଗ୍ରାମ ବର୍ଗ ଫାଇନାଲ୍‌‌େର ସେ ୬-୧୧ରେ ଆମେରିକାର ଏମିଲି ଶିଲ୍‌ସନ୍‌ଙ୍କଠୁ ହାରିଯାଇଥିଲେ। ମୋଟରେ ଭାରତ ୩ ସ୍ବର୍ଣ୍ଣ ଓ ୬ ରୌପ୍ୟ ସହ ୯ ପଦକ ପାଇ ତାଲିକାର ଅଷ୍ଟମ ସ୍ଥାନରେ ରହିଛି। ସିମ୍ରନ ୨୦୧୭ କ୍ୟାଡେଟ୍‌ ବିଶ୍ବକପ୍‌ରେ କାଂସ୍ୟ, ୨୦୧୮ରେ ସ୍ବର୍ଣ୍ଣ ପଦକ ଜିତିଥିଲେ।