ହକି ପାଇଁ ୨୦୧୮ର ଥିଲା ସ୍ବତନ୍ତ୍ର ମହତ୍ବ। ଏହି ବର୍ଷ ଲଣ୍ଡନରେ ମହିଳା ଏବଂ ଭୁବନେଶ୍ବରରେ ପୁରୁଷ ବିଶ୍ବକପ୍ ଆୟୋଜିତ ହୋଇଥିଲା। ମହିଳାରେ ନେଦରଲାଣ୍ଡ ଅଷ୍ଟମ ଥର ପାଇଁ ବିଶ୍ବ ବିଜେତା ହୋଇଥିଲା। ଫାଇନାଲରେ ଆୟର୍ଲାଣ୍ଡକୁ ହରାଇ ନେଦରଲାଣ୍ଡ ଏହି ସଫଳତା ଲାଭ କରିଥିଲା। ପୁରୁଷ ଫାଇନାଲରେ କିନ୍ତୁ ନେଦରଲାଣ୍ଡକୁ ବେଲଜିୟମ ଚକ୍ମା ଦେଇଥିଲା। ସଡନ୍ଡେଥ୍ରେ ହରାଇ ପ୍ରଥମ ଥର ପାଇଁ ବିଶ୍ବକପ୍ ଜିତିବାର ସୌଭାଗ୍ୟ ଲାଭ କରିଥିଲା ବେଲଜିୟମ୍। ସେପଟେ ନେଦରଲଣ୍ଡ ଗୋଟିଏ ବର୍ଷରେ ଉଭୟ ମହିଳା ଏବଂ ପୁରୁଷ ବିଶ୍ବକପ୍ ଜିତିବାରୁ ବଞ୍ଚିତ ହୋଇଥିଲା। ଅଷ୍ଟ୍ରେଲିଆ ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ପାଇଥିଲା। ଭାରତୀୟ ପୁରୁଷ ହକି ଦଳ ପ୍ରତିଶ୍ରୁତି ଭରା ଆରମ୍ଭ କରିଥିଲେ ମଧ୍ୟ ଷଷ୍ଠ ସ୍ଥାନରେ ଅଭିଯାନ ଶେଷ କରିଥିଲା। ଅନ୍ୟପକ୍ଷରେ ଭାରତୀୟ ମହିଳା ଦଳ ଦୀର୍ଘ ୮ ବର୍ଷ ପରେ ବିଶ୍ବକପ୍ ଖେଳି ଅଷ୍ଟମ ସ୍ଥାନରେ ରହିଥିଲା। ଓଡ଼ିଶା ସରକାରଙ୍କ ପୃଷ୍ଠପୋଷକତା ଏବଂ ପ୍ରାୟୋଜନ ପାଇଁ ପୁରୁଷ ବିଶ୍ବକପ୍ କିନ୍ତୁ ଅଧିକ ଚର୍ଚିତ ହୋଇଥିଲା। ସମଗ୍ର ବିଶ୍ବରେ ହକି ବିଶ୍ବକପକୁ ନେଇ ଉତ୍ସାହ ଦେଖିବାକୁ ମିଳିଥିଲା। ଓଡ଼ିଶାକୁ ୧୯ ଦିନ ପାଇଁ ହକି ଜ୍ବର ଗ୍ରାସିଥିଲା। ହକି ହୃତସ୍ପନ୍ଦନ ଅଭିଯାନ, ଲଣ୍ଡନ, ମ୍ୟୁନିକ ଓ ସିଡ୍ନିରେ ବିଶ୍ବକପର ପ୍ରଚାର ଭଳି କେତେକ ଅଭିନବ ପଦକ୍ଷେପ ଆୟୋଜକମାନେ ନେଇଥିଲେ। ହକି ହଙ୍ଗାମା ଭାରତର କୋଣ ଅନୁକୋଣରେ ବର୍ଷ ସାରା ଲାଗି ରହିଥିଲା।
ହକି ହଙ୍ଗାମା
ବେଲ୍ଜିୟମ ବିଶ୍ବ ବିଜେତା
/sambad/media/post_attachments/wp-content/uploads/2018/12/belgium-world-champions.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)