ଭୁବନେଶ୍ବର: ହକି ବିଶ୍ବକପ୍ ଲାଗି କଳିଙ୍ଗ ଷ୍ଟାଡିୟମ ୩ ଓ ୪ ନମ୍ବର ଗେଟ୍ ମଧ୍ୟରେ ହୋଇଥିବା ପ୍ରଶଂସକ ଗ୍ରାମରେ ଭିଡ଼ ଦେଖିବାକୁ ମିଳିଛି। ମ୍ୟାଚ୍ ଆରମ୍ଭର ୪ ଘଣ୍ଟା ଆଗରୁ ପ୍ରଶଂସକଙ୍କ ପାଇଁ ଏହା ଖୋଲି ଦିଆଯାଉଛି। ଖେଳ ଦେଖିବାକୁ ଯାଉଥିବା ଦର୍ଶକମାନେ ଏହି ଗ୍ରାମରେ କିଛି ସମୟ ଅଟକିବାକୁ ବାଧ୍ୟ ହେଉଛନ୍ତି। କାରଣ ଏଠାରେ ପ୍ରଶଂସକମାନଙ୍କ ମନୋରଂଜନ ପାଇଁ ସବୁପ୍ରକାରର ସୁବିଧା ହୋଇଛି। ଏଠାରେ ୩୬୦ ଡିଗ୍ରୀ କୋଣରୁ ସେଲ୍ଫି ଉଠାଇବାର ବ୍ୟବସ୍ତା ରହିବା ସାଙ୍ଗକୁ ଖାଦ୍ୟ ଷ୍ଟଲ୍ଗୁଡ଼ିକ ମଧ୍ୟ ରହିଛି। ଏଥିସହ ଛୋଟ ପିଲାଙ୍କ ପାଇଁ ଖେଳ ଉପକରଣ ରହିଛି। କିଣାକିଣି ପାଇଁ ଓଡ଼ିଶା ହାଣ୍ଡ୍ଲୁମ ଏବଂ କ୍ରୀଡ଼ା ପୋଷାକର ସମ୍ଭାର ଏଠାରେ ରହିଛି। ହକି ଷ୍ଟାଡିୟମରେ ଖେଳିବାର ମଜା ନେବା ଲାଗି ଅନୁରୂପ ଏକ ଛୋଟ ଷ୍ଟାଡିୟମ ହୋଇଛି। ସାଧାରଣତଃ ସବୁ ବୟସ ବର୍ଗ ପାଇଁ ବ୍ୟବସ୍ଥା ଥିବାରୁ ଭିଡ଼ ବଢ଼ୁଛି ଏବଂ ପ୍ରଶଂସକମାନେ ଏହାର ଏକ ଅଲଗାପ୍ରକାରର ଅଭିଜ୍ଞତା ମଧ୍ୟ ସାଉଣ୍ଟୁଛନ୍ତି।
ପ୍ରଶଂସକ ଗ୍ରାମରେ ହକି ମଜା
/sambad/media/post_attachments/wp-content/uploads/2018/11/Untitled-5-21.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)