ଅମ୍ପାୟର, ବୈଷୟିକ ଅଧିକାରୀଙ୍କ ଅନ୍‌ଲାଇନ୍‌ ପରୀକ୍ଷା କରିବ ହକି ଇଣ୍ଡିଆ

ଭୁବନେଶ୍ବର: ଅମ୍ପାୟାର ଓ ବୈଷୟିକ ଅଧିକାରୀମାନଙ୍କ ଅନ୍‌ଲାଇନ୍‌ ପରୀକ୍ଷା ହକି ଇଣ୍ଡିଆ କରିବ। ଏହି ପରୀକ୍ଷା ମାର୍ଚ ୨୯ ତାରିଖ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ ମଙ୍ଗଳବାର ଅପରାହ୍ନ ୩ଟାରୁ ପଞ୍ଜିକରଣ ଆରମ୍ଭ ହୋଇଯାଇଛି। ଏହି ଅନ୍‌ଲାଇନ୍‌ ଟେଷ୍ଟ୍‌ ଅମ୍ପାୟର ଓ ବୈଷୟିକ ଅଧିକାରୀଙ୍କ ବୃତ୍ତିଗତ ଉନ୍ନତି କାର୍ଯ୍ୟକ୍ରମର ଏକ ଅଂଶବିଶେଷ। ଏହାଦ୍ବାରା ପରୀକ୍ଷାର୍ଥୀମାନଙ୍କର ଦକ୍ଷତା ଓ ଜ୍ଞାନର ବିକାଶ ହେବ। ପରୀକ୍ଷା ସାଧାରଣତଃ ଅନ୍ତର୍ଜାତୀୟ ହକି ଫେଡେରେସନ୍‌ର ନିୟମ କାନୁନ ସହ ପ୍ରତିଯୋଗିତା ପରିଚାଳନା ନେଇ ଉଭୟ ପ୍ରାକ୍ଟିକାଲ ଓ ଥିଓରି ଜ୍ଞାନ ଉପରେ ଅନୁଷ୍ଠିତ ହେବ। ଏହି ପରୀକ୍ଷାରେ ଭାଗନେବାକୁ ଇଚ୍ଛୁକ ଅଧିକାରୀମାନେ ହକି ଇଣ୍ଡିଆର ସ୍ଥାୟୀ କିମ୍ବା ରାଜ୍ୟ ସଂଘର ସହଯୋଗୀ ସଦସ୍ୟ ହେବା ନିଶ୍ଚିତ ଜରୁରୀ।

ସମ୍ବନ୍ଧିତ ଖବର