ଭୁବନେଶ୍ୱର : ଏଠାରେ ଚାଲିଥିବା ହକି ବିଶ୍ୱକପରେ ଉପୁଜିଥିବା ଏକ ବିବାଦକୁ ଏଡେଇ ଦିଆଯାଇଛି । କଳିଙ୍ଗ ଷ୍ଟାଡିୟମରେ ଥିବା ଭିଆଇପି ଲାଉଞ୍ଜରେ ବୁଲାବୁଲି କରୁଥିବା ଭାରତୀୟ ହକି ଖେଳାଳିଙ୍କ ଉପରେ ଜଣେ ହକି ଇଣ୍ଡିଆ ଅଧିକାରୀ ବିରକ୍ତ ହେଉଥିବା ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇଥିଲା । କିନ୍ତୁ ଏହାକୁ ଖଣ୍ଡନ କରିଛି ହକି ଇଣ୍ଡିଆ । ହକି ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ଖେଳାଳିଙ୍କୁ ନୁହେଁ, ଯେଉଁମାନେ ଖେଳାଳିମାନଙ୍କୁ ସେଠାକୁ ନେଇଥିଲେ ସେମାନଙ୍କ ଉପରେ ଅଧିକାରୀମାନେ ବିରକ୍ତ ହେଉଥିଲେ ।
କାରଣ ଭିଆଇପି ଲାଉଞ୍ଜକୁ ଖେଳାଳିଙ୍କୁ ନେବା ଆଚରଣ ବିଧିର ଉଲ୍ଲଙ୍ଘନ ଓ ଏହା ଦ୍ୱାରା ଖେଳାଳିମାନଙ୍କୁ ନିଳମ୍ବିତ ମଧ୍ୟ କରାଯାଇପାରେ । ଏହା ଜାଣି ମଧ୍ୟ ଖେଳାଳିମାନେ ସେଠାକୁ ଯାଇ ଅଟୋଗ୍ରାଫ ଦେବା ସହ ସେଲଫି ଉଠାଇବା ସହ ବୁଲାବୁଲି କରୁଥିଲେ । ତେବେ ଅଧିକାରୀମାନେ ଖେଳାଳିଙ୍କ ଉପରେ ବିରକ୍ତ ନ ହୋଇ ଯେଉଁମାନେ ସେଠାକୁ ସେମାନଙ୍କୁ ନେଇଥିଲେ ସେମାନଙ୍କ ଉପରେ ବିରକ୍ତି ପ୍ରକାଶ କରୁଥିଲେ । ନେଦରଲାଣ୍ଡ ଓ କାନାଡା ମଧ୍ୟରେ ଚାଲିଥିବା ମ୍ୟାଚବେଳେ ଏହି ଘଟଣା ଘଟିଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/11/Hockey-India.jpg)