ହକି ସେମିରେ ଭାରତ

07

ବୁଏନ୍‌ସ ଏୟାର୍ସ (ଆର୍ଜେଣ୍ଟିନା): ଚଳିତ ୟୁଥ୍‌ ଅଲିମ୍ପିକ୍ସ ୫ ଏସ୍‌ ହକି ସେମିଫାଇନାଲ୍‌ରେ ଭାରତୀୟ ବାଳକ ଓ ବାଳିକା ଦଳ ସ୍ଥାନ ପକ୍କା କରିଛନ୍ତି। ଶୁକ୍ରବାର କ୍ବାର୍ଟର୍‌ ଫାଇନାଲ୍‌େର ବାଳକ ଦଳ ୪-୨ରେ ଏବଂ ବାଳିକା ଦଳ ୩-୦ଗୋଲ୍‌ରେ ପୋଲାଣ୍ଡ୍‌କୁ ହରାଇ ଏହି ସ୍ଥାନ ପକ୍କା କରିଥିଲେ। ଶୁକ୍ରବାର ବାଳକ ଦଳ ପକ୍ଷରୁ ଶିବମ୍‌ ଆନନ୍ଦ (୧, ୮ ମିନିଟ୍‌) ଦୁଇଟି ଏବଂ ମନିନ୍ଦର ସିଂହ (୩ ମିନିଟ୍‌) ଓ ସଞ୍ଜୟ (୧୭ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ‌େଶଷ ଲିଗ୍‌ ମ୍ୟାଚ୍‌ରେ ବାଳକ ଦଳ ୫-୨ ଗୋଲ୍‌ରେ କାନାଡାକୁ ପରାସ୍ତ କରିଥିଲା। ‌ସେହିପରି ବାଳିକା ଦଳ ପକ୍ଷରୁ ଲାଲରେମସିଆମି (୧୦ ମିନିଟ୍‌) ଗୋଲ୍‌ ଅଭିଯାନ ଆରମ୍ଭ କରିଥିଲା ବେଳେ ଅଧିନାୟିକା‌ ସାଲିମା ତେତେ (୧୪ ମିନିଟ୍‌) ଏବଂ ବଲ୍‌ଜିତ କୌର (୧୪ ମିନିଟ୍‌) ‌ଗୋଟିଏ ଲେଖାଏଁ ଗୋଲ୍ ଦେଇ ଭାରତକୁ ବିଜୟ ଭେଟି ଦେଇଥିଲେ। ବାଳିକା ଦଳ ଶେଷ ଲିଗ୍ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୫-୨ ଗୋଲ୍‌ରେ ହରାଇଥିଲା।

ମନୁ ଜିତିଲେ ରୌପ୍ୟ
ଚଳିତ ଯୁବ ଅଲିମ୍ପିକ୍ସରେ ମନୁ ଭାକର ଦ୍ବିତୀୟ ପଦକ ଜିତିଛନ୍ତି। ବାଳିକା ୧୦ ମିଟର ଏୟାର ପିସ୍ତଲରେ ସ୍ବର୍ଣ୍ଣ ଜିତିଥିବା ମନୁ ଶୁକ୍ରବାର ମିଶ୍ରିତ ୧୦ ମିଟର ଏୟାର ପିସ୍ତଲରେ ରୌପ୍ୟ ପଦକ କରାୟତ କରିଥିଲେ। ତାଜିକିସ୍ତାନର ଫୈଜୁଲାଏଭଙ୍କୁ ସାଥୀ କରି ମନୁ ଏହି ପଦକ ଜିତିଥିଲେ। ଏହି ଭାରତ-ତାଜିକିସ୍ତାନ ଯୋଡ଼ି ଫାଇନାଲ୍‌ରେ ୩-୧୦ରେ ଜର୍ମାନି-ବୁଲଗେରିଆର ସିଗର୍‌ ଓ କିରୋଭଙ୍କଠୁ ହାରି ଯାଇଥିଲେ।

ସମ୍ବନ୍ଧିତ ଖବର