ନୂଆଦିଲ୍ଲୀ: ଭାରତୀୟ ଅଲମ୍ପିକ୍ ସଂଘ ସଭାପତି ନରିନ୍ଦର ଧ୍ରୁବ ବାତ୍ରା ବୁଧବାର ଆନ୍ତର୍ଜାତିକ ଅଲିମ୍ପିକ୍ ସମିତି (ଆଇଓସି)ର ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ଲୌସାନେରେ ଆଇଓସି ଅଧିବେଶନ ଅବସରରେ ଏହି ସମ୍ମାନଜନକ ପଦ ହାସଲ କରିଛନ୍ତି। ବାତ୍ରା ତାଙ୍କ ସପକ୍ଷରେ ୫୮ ଭୋଟ ପାଇଥିଲା ବେଳେ ବିପକ୍ଷରେ ୪ ଭୋଟ ଯାଇଥିଲା। ଫଳରେ ୧୦ ଜଣ ସଦସ୍ୟଙ୍କ ମଧ୍ୟରୁ ଅନ୍ୟତମ ଭାବେ ଆଇଓସି ମୁଖ୍ୟ ଥୋମାସ୍ ବାକ୍ ତାଙ୍କ ନାମ ଘୋଷଣା କରିଥିଲେ। ପରେ ଆଇଓଏ ମୁଖ୍ୟ ଅଲିମ୍ପିକ୍ ପତାକା ଧରି ବାତ୍ରାଙ୍କୁ ଶପଥ କରାଇଥିିଲେ। ଆଇଓସି ସଦସ୍ୟ ନିର୍ବାଚିତ ହୋଇଥିବା ବାତ୍ରାଙ୍କ ହକି ଇଣ୍ଡିଆ ଗୁରୁବାର ଅଭିନନ୍ଦନ ଜଣାଇଛି। ବାତ୍ରା ଭାରତୀୟ ଅଲିମ୍ପିକ୍ ସଂଘର ସଭାପତି ସାଙ୍ଗକୁ ଆନ୍ତର୍ଜାତିକ ହକି ସଂଘର ମଧ୍ୟ ସଭାପତି ରହିଥିଲା ବେଳେ ହକି ଇଣ୍ଡିଆର ପୂର୍ବତନ ସଭାପତି ଥିଲେ।
ବାତ୍ରାଙ୍କୁ ହକି ଇଣ୍ଡିଆର ଅଭିନନ୍ଦନ
/sambad/media/post_attachments/wp-content/uploads/2019/06/Untitled-3-28.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)